Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାବା କା ଢାବା : ସରିଲା କାନ୍ତା ପ୍ରସାଦଙ୍କ ସୁଖର ଦିନ, ବନ୍ଦ ହୋଇଗଲା ନୂଆ ରେସ୍ତୋରାଁ, ପୁଣି ଫେରିଲେ ପୁରୁଣା ଢାବାକୁ

8/06/2021 at 3:56 PM

ନୂଆଦିଲ୍ଲୀ ୦୮/୦୬ : ଭାଗ୍ୟ କେତେବେଳେ କେଉଁ ମୁହୂର୍ତ୍ତରେ ବଦଳିଯିବ କେହି କହି ପାରିବେନି । ଭାଗ୍ୟ କେତେବେଳେ ମାଲାମାଲ କରିଦେଇଥାଏ ତ ପୁଣି କେତେବେଳେ କାଙ୍ଗାଳ କରିଦେଇଥାଏ । ଗତ ବର୍ଷ ଦକ୍ଷିଣ ଦିଲ୍ଲୀ ମାଲାବୀୟ ନଗର ଅଞ୍ଚଳରେ ବାବା କା ଢାବା ଚଲାଉଥିବା ୮୧ ବର୍ଷ ବୟସ୍କ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ଭାଗ୍ୟ ଏକ ଭିଡିଓ ମାଧ୍ୟମରେ ବଡ଼ି ଯାଇଥିଲା । ଭିଡିଓ ଭାଇରାଲ ହେବାପରେ ଦୁହିଁଙ୍କ ଭାଗ୍ୟ ଚମକି ଉଠିଥିଲା । ଭାଇରାଲ ହେବାପରେ ଖାଇବା ପାଇଁ ଲୋକେ ତାଙ୍କ ଢାବା ଆଗରେ ଲମ୍ବା ଲାଇନ କରିଥିଲେ । ତାଙ୍କୁ ଅନେକ ଜାଗାରୁ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିଥିଲା । ସେହି ଟଙ୍କାରୁ କାନ୍ତା ପ୍ରସାଦ ରେସ୍ତୋରାଁ ଖୋଲିଥିଲେ । କାନ୍ତା ପ୍ରସାଦଙ୍କ ଏହି ରେସ୍ତୋରାଁ ଲକଡାଉନରେ ବନ୍ଦ ହୋଇଯାଇଥିବା ଜଣାପଡିଛି । ସେ ପୁଣି ନିଜ ପୁରୁଣା ଜାଗାକୁ ଫେରି ଆସିଛନ୍ତି । ବାବା କା ଢାବାରେ ପୁଣି ଗ୍ରାହକଙ୍କୁ ଅପେକ୍ଷା କରୁଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ କାନ୍ତା ପ୍ରସାଦଙ୍କ ରେସ୍ତୋରାଁ ଫେବୃଆରୀରେ ବନ୍ଦ ହୋଇଯାଇଛି । ସେ ନିଜ ପୁରୁଣା ଢାବାକୁ ଫେରି ଆସିଛନ୍ତି । କିନ୍ତୁ ସେଠାରେ ଆଗ ଭଳି ଆଉ ଭିଡ ହେଉନି । କାନ୍ତା ପ୍ରସାଦ କହିଛନ୍ତି ଦିଲ୍ଲୀରେ ଲକଡାଉନ ଯୋଗୁଁ ୧୭ ଦିନ ଢାବା ବନ୍ଦ କରିବାକୁ ପଡିଥିଲା । ତାଙ୍କୁ ପୁଣି ଅଭାବ ଅନାଟନ ସାମ୍ନା କରିବାକୁ ପଡିଛି । ଲକଡାଉନ ପୂର୍ବରୁ ତାଙ୍କର ଦୈନିକ ବିକ୍ରି ୩୫୦୦ ଟଙ୍କା ଥିଲା ଯାହା ବର୍ତ୍ତମାନ ହଜାରେ ଟଙ୍କା ଅଛି । ଏତିକି ଟଙ୍କାରେ ପରିବାର ଗୁଜୁରାଣ ହୋଇପାରୁନାହିଁ ବୋଲି ସେ କହିଛନ୍ତି ।

ଗତ ବର୍ଷ ବାବା କା ଢାବା ଭିଡିଓ ଭାଇରାଲ ହେବାପରେ କାନ୍ତା ପ୍ରସାଦଙ୍କୁ ଲକ୍ଷ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିଲା । ସେହି ଟଙ୍କାରେ ସେ ରେସ୍ତୋରାଁ କଲେ, ପୁରୁଣା ଋଣ ପରିଶୋଧ କଲେ, ନିଜ ପାଇଁ ଓ ପିଲାଙ୍କ ପାଇଁ ସ୍ମାର୍ଟ ଫୋନ କିଣିଥିଲେ, ଘର ମରାମତି କରିଥିଲେ । କିନ୍ତୁ ଏବେ ଆଉ ସେ ଦିନ ନାହିଁ ।

କାନ୍ତା ପ୍ରସାଦ କହିଛନ୍ତି ଯେ ରେସ୍ତୋରାଁରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ୩ ଜଣଙ୍କୁ ଚାକିରୀ ମଧ୍ୟ ଦେଇଥିଲେ । ରେସ୍ତୋରାଁରେ ମାସିକ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ୩୫ ହଜାର ଟଙ୍କା ଭଡା ଦେଉଥିଲେ । ୩ କର୍ମଚାରୀଙ୍କୁ ୩୬ ହଜାର ଟଙ୍କା ଦରମା ଦେଉଥିଲେ । ରାସନ, ଇଲେକ୍ଟ୍ରି, ଓ ପାଣି ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ମାସ୍କ ବିକ୍ରି ପ୍ରାୟ ୪୦ ହଜାର ହେଉଥିଲା । ଫଳରେ ଲାଭ ହେଉନଥିଲା ବରଂ କ୍ଷତିରେ ଚାଲିଥିଲା । ନୂଆ ରେସ୍ତୋରାଁ ଖୋଲିବାକୁ ତାଙ୍କୁ ଭୁଲ ପରାମର୍ଶ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ୟୁଟ୍ୟୁବର ଗୌରଭ ଭାଶନଙ୍କ ଯୋଗୁଁ ବାବା କା ଢାବାକୁ ଲୋକପ୍ରିୟତା ମିଳିଥିଲା । ସେ ଭିଡିଓ ବନାଇ ୟୁଟ୍ୟୁବରେ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । କିନ୍ତୁ ପରେ କାନ୍ତା ପ୍ରସାଦ ଗୌରବ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜ୍ଜୁ କାରୀଟିଲେ ଯେ ସେମାନେ ଦାନରେ ମିଳିଥିବା ଟଙ୍କାର ଦୁରୁପଯୋଗ କରିଛନ୍ତି ଓ ତାଙ୍କୁ ଠକିଛନ୍ତି ।

   Related Posts