ମୁମ୍ବାଇ ୯|୯: ୨୦୦୨ ମସିହାରେ ରିଲିଜ ହୋଇଥିବା ପିଲ୍ମ “ମୁଝସେ ଶାଦି କରୋଗୀ”ର କାଣ୍ଟା ଲଗା ଗୀତ ବେଶ ହିଟ୍ ହୋଇଥିଲା। ଏବେ ମଧ୍ୟ ଅନେକ ଲୋକ ସେହି ଗୀତ ଶୁଣିବା ପସନ୍ଦ କରନ୍ତି। କିଛି ଦିନ ମଧ୍ୟରେ କାଣ୍ଟା ଲଗାର ଅନେକ ଭାଷାରେ ଡବ୍ଡ ଗୀତ ରିଲିଜ ହୋଇଥିଲା।
{"id":155178}ଏହି ହିଟ୍ ଗୀତରେ ଅଭିନେତ୍ରୀ ଶେଫାଲୀ ଜରିୱାଲା ଡାନ୍ସ କରିଥିଲେ। କାଣ୍ଟା ଲଗା ରିଲିଜ ହେବା ପରେ ଚାରିଆଡେ ଗୀତ ଧମାଲ କରିଥିଲା। ଶେଫାଲୀ ଜରିୱାଲା ଏହି ଗୀତ ପରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ।
{"id":155180}ତାଙ୍କ ନାଁଠୁ କମ ସେ କାଣ୍ଟା ଲଗା ନାଁରେ ପରିଚିତ। ଏହା ବ୍ୟତୀତ ସେ ଅେନକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ହେଲେ ଅନ୍ୟ ଗୀତ ଅପେକ୍ଷା ତାଙ୍କୁ କାଣ୍ଟା ଲଗା ଗୀତରେ ଅଧିକ ସଫଳତା ମିଳିଥିଲା। କେବଳ ହିନ୍ଦି ନୁହେଁ ସେ ଅନେକ ଇଂରାଜି ଗୀତରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି।
{"id":155181}ଗୀତ ସହ ସେ କିଛିଟା ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୨ ମସିହାରେ ରିୟାଲିଟି ସୋ ନଚ୍ ବଲିଏ ୫ରେ ଶେଫାଲୀ ନିଜ ପ୍ରେମିକ ସହ ନଜର ଆସିଥିଲେ। ପ୍ରତିଯୋଗୀ ଭାବେ ଏହି ସୋରେ ଭାଗ ନେଇଥିଲେ କାଣ୍ଟା ଲଗା ଗାର୍ଲ।