ଡାକ ଟିକଟରେ ଛୋଟା ରାଜନ ଓ ମୁନ୍ନା ବଜରଙ୍ଗୀ : ଏବେ ବିନ୍ଧିଲା ମୁଣ୍ଡ, ତଦନ୍ତ ନିର୍ଦେଶ ଦେଲେ ଭାରତୀୟ ଡାକ ବିଭାଗ

Published By : Prameya-News7 Bureau | December 28, 2020 IST

କାନପୁର ୨୮/୧୨ : କେନ୍ଦ୍ର ସରକାରଙ୍କ 'ମୋ ଷ୍ଟାମ୍ପ' ଯୋଜନାରେ ବ୍ୟବହାର କରାଯାଉଥିବା ମୁଦ୍ରିତ ପୋଷ୍ଟାଲ ଷ୍ଟାମ୍ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଫଟୋ ଛାପାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ତଦନ୍ତ ଆରମ୍ଭ କରିଛି କାନପୁର ଡାକ ବିଭାଗ ।

ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକ ବିଭାଗ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନିୟମ ଅନୁଯାୟୀ ଜଣେ ଗ୍ରାହକଙ୍କୁ 'ମୋ ଷ୍ଟାମ୍ପ' ଅର୍ଡର ଫର୍ମ ପୂରଣ କରିବାକୁ ପଡିବ । ଯାହା ଫଳରେ ଉପଲବ୍ଧ ଷ୍ଟାମ୍ପ ସିଟଲେଟରୁ ନିଜ ପସନ୍ଦର ଷ୍ଟାମ୍ପ ନିଆଯାଇପାରିବ । ଏହା ପରେ ଭରାଯାଇଥିବା ଫର୍ମକୁ ଅପରେଟରଙ୍କୁ ହସ୍ତାନ୍ତର କରାଯାଇଥାଏ । କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ନିୟମ ଅନୁଯାୟୀ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏପରି ଷ୍ଟାମ୍ପ " ଆଇନର ଉଲ୍ଲଂଘନ କରିପାରେ, ସମାଜର କୌଣସି ନୈତିକ ମୂଲ୍ୟବୋଧକୁ ନଷ୍ଟ କରିପାରେ କିମ୍ବା କୌଣସି ତୃତୀୟ ପକ୍ଷ, ଦେଶ କିମ୍ବା ଇଣ୍ଡିଆ ପୋଷ୍ଟର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିପାରେ"। ତେଣୁ ଏହା ବେଆଇନ ଭାବେ ଉପସ୍ଥାପିତ ହୋଇପାରିବ ନାହିଁ ।

ଏହାକୁ ସ୍ବତନ୍ତ୍ର ଭାବେ ବ୍ୟବହାର କରିବା ପାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅନୁମତି ନିଆଯାଏ । ଏଥିରେ  ଗ୍ରାହକଙ୍କ ଫଟୋ ଏବଂ ସଂସ୍ଥାର ଲୋଗୋ, ଐତିହାସିକ କୋଠାବାଡି, ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ, ଐତିହାସିକ ସହର, ବନ୍ୟଜନ୍ତୁ, ବନ୍ୟ ପ୍ରାଣୀ ଏବଂ ପକ୍ଷୀ ଆଦିଙ୍କର ଏକ ଫଟୋ ଛପା ଯାଇପାରିବ । ତେବେ ପୋଷ୍ଟାଲ ଷ୍ଟାମ୍ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଫଟୋ କିପରି ଆସିଲା ସେ ନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.