Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଅଶ୍ବିନ ଓ ଜାଡେଜାଙ୍କ ଘାତକ ବୋଲିଂ ସତ୍ତ୍ଵେ କାନପୁର ଟେଷ୍ଟ ଡ୍ର’, ନ୍ୟୁଜିଲାଣ୍ଡକୁ ବଞ୍ଚେଇ ଦେଲା ଖରାପ ଆଲୋକ

29/11/2021 at 4:29 PM

କାନପୁର ୨୯/୧୧ : ଗ୍ରୀନ୍‌ ପାର୍କରେ ରୋମାଞ୍ଚକର ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ସାଥ୍‌ ଦେଇଛି ଖରାପ ଆଲୋକ । ଯାହା ଫଳରେ ବିଜୟ ଆଡକୁ ଅଗ୍ରସର ହେଉଥିବା ଟିମ ଇଣ୍ଡିଆ ଶେଷର ଡ୍ର’ ହିଁ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଆତ୍ମସମର୍ପଣ କରିଥିଲା କିଓ୍ବି ଟିମ । କିନ୍ତୁ ନ୍ୟୁଜିଲାଣ୍ଡର ଶେଷ ଯୋଡି କ୍ରିଜ୍‌ରେ ରହି ନିଶ୍ଚିତ ପରାଜୟରୁ ଟିମ୍‌କୁ ବଞ୍ଚାଇଦେଇଛନ୍ତି । ଲଞ୍ଚ ବ୍ରେକ୍‌ ଯାଏଁ ଯେଉଁଠି ଲାଗୁଥିବା ମ୍ୟାଚ ନ୍ୟୁଜିଲାଣ୍ଡ ପକ୍ଷରେ ଯିବ କିନ୍ତୁ ଲଞ୍ଚ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଅଶ୍ବିନ୍‌-ଜାଡେଜା ସ୍ବିନ୍‌ ଯୋଡି ନ୍ୟୁଜିଲାଣ୍ଡର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍‌ କରିଦେଇଛନ୍ତି । ପ୍ରଥମ ଇନିଂସ ଭଳି ଦ୍ବିତୀୟ ଇନିଂସରେ ମଧ୍ୟ ସ୍ବିନରମାନେ ଘାତକ ବୋଲିଂ କରିଛନ୍ତି । ଦ୍ବିତୀୟ ଇନିଂସରେ ମୋଟ ୮ଓ୍ବିକେଟ ନେଇଛନ୍ତି ଭାରତୀୟ ସ୍ପିନର ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ଶ୍ରେୟସ ଆୟରଙ୍କ ଦମଦାର ଶତକ(୧୦୫ରନ), ଶୁଭମାନ ଗିଲଙ୍କ ଅର୍ଦ୍ଧଶତକ (୫୨ରନ), ରବିନ୍ଦ୍ର ଜାଡେଜାଙ୍କ (୫୦ରନ) ବଳରେ ୩୪୫ ରନ କରି ଅଲଆଉଟ ହୋଇଥିଲା ଟିମ ଇଣ୍ଡିଆ । କିଓ୍ବି ଟିମ ପକ୍ଷରୁ ଟିମ୍‌ ସାଉଦୀ ଚମତ୍କାର ବୋଲିଂ କରି ୫ ଓ୍ବିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସରେ ଓପନରଙ୍କ ଦମଦାର ଆରମ୍ଭ ସତ୍ତେ୍ବ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦୁଇ ଓପନର ଟମ ଲାଥାମ ୯୫ ରନ ଏବଂ ସ୍ବିଲ ୟଙ୍ଗଙ୍କ ୮୯ ରନ ବଳରେ ୨୯୬ରନ କରିପାରିଥିଲା କିଓ୍ବି ଟିମ । ଟିମ ଇଣ୍ଡିଆ ପକ୍ଷରୁ ଅକ୍ଷର ପଟେଲ ଘାତକ ବୋଲିଂକରି ୫ ଓ୍ବିକେଟ ଏବଂ ଅଶ୍ବିନ ୩ଟି ଓ୍ବିକେଟ ନେଇଥିଲେ । ପ୍ରଥମ ଇନିଂସରେ ୪୯ରନରେ ଆଗୁଆ ରହିଥିଲା ଭାରତ ।

ଦ୍ବିତୀୟ ଇନିଂସରେ ୭ଓ୍ବିକେଟ ହରାଇ ୨୩୪ରନ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା ଭାରତୀୟ ଦଳ । ୨ୟ ଇନିଂସରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ ଆୟର । ସେ ବ୍ୟକ୍ତିଗତ ୬୫ରନର ଇନିଂସ ଖେଳିଥିଲେ । ଯାହା ଫଳରେ ଭାରତର ସ୍କୋର ୨୩୪ରନ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା । ୨ୟ ଇନିଂସରେ ସାଉଦୀ ଏବଂ ଜିମିସନ୍‌ ୩ଟି ଲେଖାଏଁ ଓ୍ବିକେଟ ନେଇଥି​‌ଲେ । ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୪ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୪ ରନକରି ଗୋଟିଏ ଓ୍ବିକେଟ ହରାଇଥିଲା । ଶେଷ ଦିନରେ ପ୍ରଥମ ସେସନ୍‌ରେ ଖୁବ ସୁନ୍ଦର ବ୍ୟାଟିଂ କରିଥିଲେ ନ୍ୟୁଜିଲାଣ୍ଡ ଓପନର ଲାଥାମ୍‌ ଏବଂ ନାଇଟ୍‌ ଓ୍ବିଲ୍‌ ସୋମରଭିଲ୍ଲେ । କିନ୍ତୁ ଲଞ୍ଚ ପରେ ଭାରତୀୟ ସ୍ପିନ୍‌ ବାହିନୀ ଘାତକ ବୋଲିଂ କରିଥିଲେ । କିନ୍ତୁ ଖରାପ ଆଲୋକ ନ୍ୟୁଜିଲାଣ୍ଡକୁ ପରାଜୟରୁ ବଞ୍ଚାଇ ଦେଇଛି । ଦ୍ବିତୀୟ ଇନିଂସରେ ଅଶ୍ବିନ ୩ଟି ଓ୍ବିକେଟ ନେଇଥିବା ବେଳେ ଜାଡେଜା ୪ଟି ଓ୍ବିକେଟ ନେଇଛନ୍ତି । ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ଓ୍ବିକେଟ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି । ପ୍ରଥମ ଇନିଂସରେ ୧୦୫ରନର ଶତକୀୟ ପାଳି ଏବଂ ଦ୍ବିତୀୟ ଇନିଂସରେ ୬୫ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିବାରୁ ଶ୍ରେୟର ଆୟରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚୀତ କରାଯାଇଛି ।

   Related Posts