Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କେବେ ସୁଧୁରିବେ ଲୋକ: କାନପୁରରେ କ୍ଵାରେଣ୍ଟାଇନ କରିବାକୁ ଯାଇଥିବା ପୋଲିସ୍ ଉପରେ ପଥରମାଡ

29/04/2020 at 8:17 PM

କାନପୁର ୨୯।୦୪: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ମୁକାବିଲା ବେଳେ ସ୍ଵାସ୍ଥ୍ୟ କର୍ମୀ ଏବଂ ପୋଲିସ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଉତ୍ତର ପ୍ରଦେଶର କାନପୁରରେ କରୋନା ଭାଇରସ୍‌ ସଂକ୍ରମିତ ପରିବାରକୁ କ୍ଵାରେଣ୍ଟାଇନ୍‌ କରିବାକୁ ପହଞ୍ଚିଥିବା ସ୍ଵାସ୍ଥ୍ୟ ଟିମ୍‌ ଯିବା ପରେ ଲୋକେ ପୋଲିସ୍ ଉପରେ ପଥରମାଡ କରିଛନ୍ତି। ବଫର ଜୋନ ନାଲା ରୋଡ୍‌ରେ ବୁଧବାର ଦିନ ବେଳେ ଘଟିଥିବା ଏହି ଘଟଣା ପରେ ପୋଲିସ୍ ଲାଠିଚାର୍ଜ କରି ଭିଡ ନିୟନ୍ତ୍ରଣ କରିଛି।  ସ୍ଥିତି ସମ୍ଭାଳିବା ଲାଗି ପିଏସି ଫ୍ଲାଗମାର୍ଚ୍ଚ ପରେ ପୋଲିସ୍ ସେଠାରେ ସୁରକ୍ଷା ଡେରା ସମ୍ଭାଳିଛି। ଡିଆଇଜି/ଏସଏସପି ଅନନ୍ତ ଦେବଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଆରୋପୀଙ୍କ ଉପରେ ଏନଏସଏ ବି ଲଗାଯିବ।

ଏସପି ଅନିଲ କୁମାରଙ୍କ ଅନୁସାରେ କିଛି ଦିନ ତଳେ ସହରରେ ଚିହ୍ନଟ କରୋନା ପୀଡିତାଙ୍କ ପରିବାର ନାଲା ରୋଡ୍‌ ନିକଟସ୍ଥ ଜୁଗିୟାନା ପାର୍କ ନିକଟରେ ରୁହନ୍ତି। ଏହି ପରିବାରକୁ ଅନେକ ଦିନ ପୂର୍ବେ ଘରେ କ୍ଵାରେଣ୍ଟାଇନ୍ କରାଯାଇଥିଲା। ବୁଧବାର ଅପରାହ୍ନ ପ୍ରାୟ ୩ଟାରେ ଉକ୍ତ ପରିବାରକୁ ସାମୂହିକ କ୍ଵାରେଣ୍ଟାଇନ କେନ୍ଦ୍ରକୁ ନେବା ପାଇଁ ସ୍ଵାସ୍ଥ୍ୟ ବିଭାଗ ଓ ପୋଲିସ୍ ଟିମ୍‌ ଜୁଗିୟାନା ପାର୍କ ନିକଟରେ ପହଞ୍ଚିଥିଲେ। ପୀଡିତା ପରିବାରକୁ ଘର ଉପରୁ ନେଇ ତଳକୁ ଆସିଥିଲେ। ଏହା ଦେଖି ସେହି ସମୟରେ ଉକ୍ତ ଅଞ୍ଚଳର କିଛି ଲୋକ ଉଗ୍ର ହୋଇ ଉଠିଥିଲେ ଏବଂ ପରିବାରକୁ କ୍ଵାରେଣ୍ଟାଇନରେ ରଖାଯିବାକୁ ବିରୋଧ କରିଥିଲେ। ପୋଲିସ ସେମାନଙ୍କୁ ବୁଝାଇଥିଲେ, ମାତ୍ର ଯୁବକମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏହା ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗର ଟିମ୍ ପରିବାର ଲୋକଙ୍କୁ ନେଇ ଚାଲି ଯାଇଥିଲେ। ଦେଖୁ ଦେଖୁ ୬୦ରୁ ୭୦ ଯୁବକ ସଡକରେ ଏବଂ ଆଉ କିଛି ଯୁବକ ଛାତ ଉପରୁ ଟିମ୍ ଉପରେ ପଥର ମାଡ ଆରମ୍ଭ କରିଥିଲେ। ଫଳରେ ପୋଲିସକୁ କିଛି ସମୟ ପାଇଁ ପଛଘୁଞ୍ଚା ହେବାକୁ ପଡିଥିଲା।

ପୋଲିସ୍ ଟିମ୍ ଉପରେ ପଥରମାଡର ସୂଚନା ମିଳିବା ମାତ୍ରେ ବଜରିଆ ଓ ଚମନଗଞ୍ଜରୁ ବଡ ସଂଖ୍ୟାରେ ପୋଲିସ୍ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍ ଲାଠିମାଡ କରି ଉନ୍ମତ ଯୁବକଙ୍କ ଭିଡକୁ ନିୟନ୍ତ୍ରଣ କରିଥିଲେ।  ଏପରିକି ପ୍ରତି ଜବାବରେ ପୋଲିସକୁ ପଥର ଫିଙ୍ଗିବାକୁ ମଧ୍ୟ ପଡିଥିଲା।

ଏହା ମଧ୍ୟରେ ଘଟଣା ବିଷୟରେ ପଚାରି ବୁଝି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ କହିଛନ୍ତି, କାନପୁରରେ ଯେଉଁ ଲୋକ ପଥରମାଡ କରିଛନ୍ତି, ସେମାନଙ୍କୁ ଶୀଘ୍ର ଚିହ୍ନଟ କରି ଧରାଯିବ। ଏମିତି ଲୋକଙ୍କ ଉପରେ ମହାମାରୀ ଆକ୍ଟ, ବିପର୍ଯ୍ୟୟ ପ୍ରବନ୍ଧନ ଆକ୍ଟ ବ୍ୟତୀତ ଗ୍ୟାଙ୍ଗଷ୍ଟାର ଆକ୍ଟ ଓ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts