ଯୁବକଙ୍କୁ ଅପହରଣ ପରେ ହତ୍ୟା : ଭଉଣୀର ଆକୁଳ ନିବେଦନ, ଶବ ହେଲେ ଖୋଜିଦିଆ, 'ଶେଷଥର ପାଇଁ ରାକ୍ଷୀ ତ ବାନ୍ଧିଦିଏ...'

Published By : Prameya-News7 Bureau | July 25, 2020 IST

କାନପୁର ୨୫/୦୭ : ଉତ୍ତର ପ୍ରଦେଶ କାନପୁର ସଂଜିତ ଯାଦବ ଅପହରଣ ଓ ହତ୍ୟା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି | ସଂଜିତଙ୍କ ଭଉଣୀ ରୁଚି କାନ୍ଦି କାନ୍ଦି ବାରମ୍ବାର କହୁଥିଲେ 'ଯେ ମୋ ଭାଇ ବୁଢା ବାପା-ମା'ଙ୍କ ଏକମାତ୍ର ସାହାରା ଥିଲା | ଏବେ ଆମେ ସମସ୍ତେ କେମିତି ବଞ୍ଚିବୁ |' ପୋଲିସକୁ ଗୁହାରି କରି ରୁଚି କହିଥିଲେ, 'ମୋ ଭାଇ ଯେଉଁ ଅବସ୍ଥାରେ ବି ଅଛି ତାକୁ କିଛି ସମୟ ପାଇଁ ଆମ ସାମ୍ନାକୁ ନେଇଆସ | କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣମୀ ଅଛି | ଅତିକମରେ ଶବ ହେଲେ ଖୋଜିଦିଆ, ମୁଁ ରାକ୍ଷୀ ତ ବାନ୍ଧିବି |'

{"id":305306,"sizeSlug":"large"}

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ ପରେ ପୋଲିସ ଅଧିକ୍ଷକ, ଆଇପିଏସ ଓ ତତ୍କାଳୀନ ସିଓଙ୍କ ସମେତ ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି | ଦାୟିତ୍ବହୀନତା ଯୋଗୁଁ ଥାନା ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି |

ସୂଚନାଯୋଗ୍ୟ ଯେ, କାନପୁର ବର୍ରାରେ ଲ୍ୟାବ ଟେକନିସିଆନ ସଂଜିତ ଯାଦବଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗୁରୁବାର ବିଳମ୍ବିତ ରାତିରେ ଖବର ଆସିଥିଲା ଯେ ସଞ୍ଜିତଙ୍କୁ ହତ୍ୟା କରାଯାଇଛି | ପୋଲିସ ଏବେ ସୁଦ୍ଧା ସଂଜିତଙ୍କ ମୃତଦେହ ଉଦ୍ଧାର କରିନାହିଁ | ଖୋଜାଖୋଜି ଜାରି ରହିଛି | ପୁଅର ମୃତ୍ୟୁ ଖବର ଶୁଣି କାନ୍ଦି କାନ୍ଦି ପରିବାରଲୋକଙ୍କ ଅବସ୍ଥା ଖରାପ ହୋଇଗଲାଣି | ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି | 

{"id":305308,"width":566,"height":377,"sizeSlug":"large"}

ମାସେ ଧରି ଅପହରଣ ହୋଇଥିବା ମାମଲାରେ ପୋଲିସର ଦାୟିତ୍ବହୀନତା ଲୋକଲୋଚନାକୁ ଆସିଛି | ଅପହରଣ ମାମଲାରେ ପୋଲିସ ଅପହୃତ ଯୁବକଙ୍କ ପରିବାର ଲୋକଙ୍କୁ ଅପହରଣକାରୀଙ୍କୁ ସେମାନଙ୍କ ଦାବି ମୁତାବକ ୩୦ ଲକ୍ଷ ଦେବାକୁ କହିଥିଲା | ଏବେ ପର୍ଯ୍ୟନ୍ତ ସେ ଟଙ୍କାର କିଛି ପତା ମିଳିନି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.