Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଥାନା ଅଧିକାରୀଙ୍କ ଅଭଦ୍ରାମୀ: ମହିଳାଙ୍କୁ କହିଲେ, ବ୍ଲାଉଜ୍ ଫାଡିକି ଆସ, ଦୁଷ୍କର୍ମ ମାମଲା ରୁଜୁ କରିଦେବି

15/09/2020 at 6:40 PM

କାନପୁର ୧୫/୦୯ : ଦେଶର ରକ୍ଷକ ଯଦି ମର୍ଯ୍ୟାଦା ହରାଇ କଥାବାର୍ତ୍ତା କରେ ତାହେଲେ ପୀଡିତ କାହାକୁ ବିଶ୍ୱାସ କରିବ । ଏହିଭଳି ଏକ ଘଟଣା କାନପୁରରେ ଦେଖିବାକୁ ମିଳିଛି । କାନପୁର ନର୍ବଲ୍ ଥାନାରେ ଏସଏଚଓ ଜଣେ ମହିଳାଙ୍କ ସହ ଅଭଦ୍ର ଭାଷାରେ କଥା ହୋଇଥିବା ମାମଲା ସାମ୍ନାକୁ ଆସିଛି । ସୋସିଆଲ୍ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ନର୍ବଲ୍ ଥାନା ଅଧିକାରୀ ଦୃଶ୍ୟମାନ ନୁହନ୍ତି କିନ୍ତୁ ତାଙ୍କ ସ୍ୱର ସ୍ପଷ୍ଟ ଶୁଭାଯାଉଛି । ବ୍ଲାଉଜ୍ ଫାଡ଼ିକୁ ଆସ ବୋଲି ସେ କହୁଥିବା ସ୍ପଷ୍ଟ ଶୁଣିବାକୁ ମିଳିଛି । ଭିଡିଓରେ ଥାନା ପରିସର ମଧ୍ୟ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବାପରେ ହଇଚଇ ସୃଷ୍ଟି ହୋଇଛି । ମାମଲା ସାମ୍ନାକୁ ଆସିବା ପରେ ଡ଼ିଆଇଜି ଏସଓଙ୍କୁ ଜବାବ ମାଗିଛନ୍ତି।

ସୂଚନାଯୋଗ୍ୟ ଯେ କାନପୁରର ଜଣେ ମହିଳା ଜମିଜମା ମାମଲାର ଅଭିଯୋଗ ନେଇ ନର୍ବଲ ଥାନା ଯାଇଥିଲେ । ଥାନାରେ ଏସଏଚଓ ରାମ ଅବତାରଙ୍କ ସହ କଥାବାର୍ତ୍ତା କରିଥିଲେ । ଥାନାରେ ଉଭୟ ପକ୍ଷର ଲୋକ ଉପସ୍ଥିତ ଥିଲେ । ମହିଳାଙ୍କ ଅଭିଯୋଗ ପରେ ଏସଏଚଓ ଅଭିଯୁକ୍ତଙ୍କୁ ଗାଳିଗୁଲଜ କରିଥିଲେ । କଥାବାର୍ତ୍ତା ମଝିରେ ଏସଏଚଓ କହିଛନ୍ତି, ଆଉଥରେ ଆସିଲେ ବ୍ଲାଉଜ ଫାଡ଼ି ଆସିବ । ଏହାପରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଦେବି ।

ଏସଏଚଓ ଅଭିଯୁକ୍ତକୁ ଅଭଦ୍ର ଭାଷାରେ ଗଲି କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ଏହି ମାମଲାର ଭିଡିଓ କରି ଜଣେ ଅଜବ ବ୍ୟକ୍ତି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏହାପରେ ଲୋକେ ଏହାକୁ ବହୁ ମାତ୍ରାରେ ସେୟାର କରିଥିଲେ । ସୂଚନା ଅନୁଯାୟୀ ନର୍ବଲ ଥାନା ଅଧିକାରୀ ରାମ ଅବତାରଙ୍କୁ ନେଇ ପୂର୍ବରୁ ମଧ୍ୟ ଅନେକ ବିବାଦ ହୋଇଛି । କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରାମ ଅବତାର ଗତ ଦୁଇ ବର୍ଷ ହେଲା ସେହି ଥାନାରେ କାର୍ଯ୍ୟରତ । ତାଙ୍କ ଅଭାଦ୍ରାମୀ ଓ ଭାଷା ଯୋଗୁଁ ଲୋକେ ବହୁତ ଚିନ୍ତିତ । କିଛି ଦିନ ପୂର୍ବରୁ ସେ ବିଜେପି ନେତାଙ୍କ ଭାଇଙ୍କୁ ଥାନାକୁ ଡାକି ମାଡ ମାରିଥିଲେ ।

   Related Posts