ନିଜେ ମାସ୍କ ନ ପିନ୍ଧି ନୀରିକ୍ଷଣ କରିବାକୁ ବାହାରିଥିଲେ ଆଇଜି, କଟିଲା ଚାଲାଣ

Published By : Prameya-News7 Bureau | June 07, 2020 IST

କାନପୁର ୦୭।୦୬: କରୋନା ଭୂତାଣୁ ସଂକ୍ରମଣ ନିଜର ବିକଟାଳ ରୂପ ଦେଖାଇବା ଆରମ୍ଭ କରିଛି। ଉତ୍ତର ପ୍ରଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅପିଲ୍ କରାଯାଉଛି। ଏହା ସହିତ ବିନା ମାସ୍କରେ ବାହାରୁଥିବା ଲୋକଙ୍କଠୁ ଚାଲାଣ କାଟିବାକୁ ମଧ୍ୟ ପ୍ରାବଧାନ ରହିଛି। ଏହି କ୍ରମରେ ଉତ୍ତର ପ୍ରଦେଶ ପୋଲିସ କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରଓ୍ଵାଲଙ୍କ ଚାଲାଣ  କାଟିଛି। କାରଣ ଆଇଜି ମୋହିତ ଅଗ୍ରଓ୍ଵାଲ ନିଜେ ମାସ୍କ ପିନ୍ଧିନଥିଲେ।

ସୂଚନା ଅନୁଯାୟୀ ମୋହିତ ଅଗ୍ରଓ୍ଵାଲ ଶନିବାର କାନପୁରର କରୋନା ହଟ୍‌ସ୍ପଟ୍‌  ଅଞ୍ଚଳ ଶିବନଗର ନୀରିକ୍ଷଣ କରିବାକୁ ପହଞ୍ଚିଥିଲେ। ମାତ୍ର ସେ ମୁହଁରେ ମାସ୍କ ପିନ୍ଧିନଥିଲେ। ନିଜ ଗାଡିରୁ ଓହ୍ଲାଇବା ପରେ ଅଫିସରଙ୍କୁ ଅର୍ଡର ଦେବାକୁ ଲାଗିଥିଲେ।

wp:core-embed/twitter {"url":"https://twitter.com/igrangekanpur/status/1269296602591539200?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Futtar-pradesh%2Fkanpur%2Fpolice-cut-challan-of-ig-mohit-agarwal-for-not-wearing-mask-in-a-corona-hotspot%2Farticleshow%2F76237722.cms","type":"rich","providerNameSlug":"twitter","className":""}
https://twitter.com/igrangekanpur/status/1269296602591539200?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Futtar-pradesh%2Fkanpur%2Fpolice-cut-challan-of-ig-mohit-agarwal-for-not-wearing-mask-in-a-corona-hotspot%2Farticleshow%2F76237722.cms
/wp:core-embed/twitter

ନିଜର ଚାଲାଣ ନିଜେ କଟାଇଲେ

ଗାଡିରୁ ଓହ୍ଲାଇବାର କିଛି ସମୟ ପରେ ତାଙ୍କୁ ମନେ ପଡିଲା ଯେ, ସେ ନିଜେ ମାସ୍କ ପିନ୍ଧି ନାହାନ୍ତି। ଆଇଜି ମୋହିତ ଅଗ୍ରଓ୍ଵାଲ ମାସ୍କ ପିନ୍ଧିନଥିବା ନିଜର ଭୁଲ୍ ବୁଝିପାରି ନିଜର ଚାଲାଣ ନିଜେ କଟାଇଛନ୍ତି। ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧି ନଥିବାରୁ ନିଜ ନାଁରେ ୧୦୦ ଟଙ୍କା ଚାଲାଣ କଟାଇଛନ୍ତି।  ଏହା ପରେ ସେ ତୁରନ୍ତ ମାସ୍କ ପିନ୍ଧି ପୂରା ଅଞ୍ଚଳ ନୀରିକ୍ଷଣ କରିଛନ୍ତି। ବର୍ରା ଥାନା ପୋଲିସ ଆଇଜି ମୋହିତ ଅଗ୍ରଓ୍ଵାଲଙ୍କ ଚାଲାଣ କାଟିଛନ୍ତି।

ସବୁଠୁ ବଡ ପ୍ରଶ୍ନ ଏହା ଯେ, ଯଦି ଅଧିକାରୀ ନିୟମ ପାଳନ କରିବେ ନାହିଁ ତେବେ ଜନତାଙ୍କ ମଧ୍ୟରେ କଣ ସନ୍ଦେଶ ଯିବ ? ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଆମ୍ବେଦକର ନଗରରେ ଥାନା ଅଧିକାରୀଙ୍କ ଲାଗି ଆୟୋଜିତ ଏକ ଦମଦାର ବିଦାୟ ସମାରୋହର ଭିଡିଓ କେହି ଜଣେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ। ଭିଡିଓରେ ଥାନା ଅଧିକାରୀ ଫୁଲରେ ସଜା ଏକ ଖୋଲା ଜିପ୍‌ରେ ବସିଥିଲେ ଏବଂ ତାଙ୍କ ପଛରେ ଗାଡିର ଏକ ଲମ୍ବା ଧାଡି ରହିଥିଲା। ଏଥିରେ ସାମିଲ ଲୋକ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ପାଳନ କରିଥିଲେ। ଏହି ଘଟଣାରେ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.