Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଫିଲ୍ମ ଷ୍ଟାଇଲ୍‌ରେ ନିଜ ସ୍ତ୍ରୀକୁ ତା’ ପ୍ରେମିକ ସହ ବିବାହ କରାଇଲେ ସ୍ବାମୀ, କହିଲେ ‘ଦୁହେଁ ଖୁସିରେ ରୁହ…

30/10/2021 at 8:53 AM

ନୂଆଦିଲ୍ଲୀ ୩୦।୧୦ : ଉତ୍ତରପ୍ରଦେଶର କାନପୁରରେ ଏକ ବିବାହ ହୋଇଛି, ବିବାହ ଟି ସାଧାରଣ ବିବାହ ନୁହେଁ । ବରଂ ଏକ ଫିଲ୍ମି ଅନ୍ଦାଜରେ ବିବାହ କରାଯାଇଛି । ଯେଉଁଥି ପାଇଁ ବିବାହ ବିଷୟରେ ବହୁତ ଚର୍ଚ୍ଚା ହେଉଛି, ଯେଉଁଠାରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହିତ ବିବାହ କରାଇଥିଲେ । ବାସ୍ତବରେ, ବିବାହ ପରେ ସ୍ୱାମୀଙ୍କୁ ତାଙ୍କ ପତ୍ନୀ କହିଥିଲେ ଯେ ସେ ଅନ୍ୟ ଜଣକୁ ଭଲ ପାଉଛନ୍ତି। ପ୍ରଥମେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେ ରାଜି ହୋଇନଥିଲେ, ସେତେବେଳେ ସେ ତାଙ୍କ ପ୍ରେମିକ ସହିତ ତାଙ୍କ ସହମତି କ୍ରମେ ଦ୍ୱିତୀୟ ବିବାହ କରିଥିଲେ।

ସୂଚନାନୁସାରେ, ଏହି ମାମଲା କାନପୁରର ବର୍ରା ପୋଲିସ ଷ୍ଟେସନ ଅଞ୍ଚଳର ଅଟେ। ଯେଉଁଠାରେ ପଙ୍କଜ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ପିଣ୍ଟୁ ସିଂଙ୍କୁ ସହ ବିବାହ କରାଇଥିଲେ । ତେବେ ଉଭୟ ଚଳିତ ବର୍ଷ ମେ ମାସରେ ବିବାହ କରିଥିଲେ। ବିବାହ ପରେ ପଙ୍କଜ ତାଙ୍କ ପତ୍ନୀଙ୍କ ସହ ଗୁରୁଗ୍ରାମ ଯାଇଥିଲେ। ସେହି ସମୟରେ ସ୍ୱାମୀ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଗୋଟିଏ ପୁଅ ସହିତ କଥା ହେଉଛନ୍ତି। ଯେଉଁଥିପାଇଁ ସେ ପ୍ରଥମେ ପତ୍ନୀଙ୍କୁ ଅଟକାଇ ତାଙ୍କ ଘରକୁ ଅଭିଯୋଗ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଖୁବ୍‌ ଆରମ୍ଭ ହୋଇଥିଲା । ପରେ ହଠାତ୍‌ ସେ ଘରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।

ପରେ ତାଙ୍କ ସ୍ବାମୀ ପୋଲିସକୁ ଅଭିଯୋଗ କଲା ପରେ ତାଙ୍କ ସ୍ତ୍ରୀଙ୍କ ଧରି ପଚରାଉଚୁରା କରିଥିଲା । ଏନେଇ କୋମଲ କହିଛନ୍ତି ଯେ ସେ ନବମ ଶ୍ରେଣୀରୁ ପରସ୍ପରକୁ ଭଲ ପାଉଥିଲୁ। ଏବଂ ତାଙ୍କୁ ତାଙ୍କ ବିନା ଅନୁମତିରେ ବିବାହ କରାଯାଇଥିଲା। ପଙ୍କଜଙ୍କୁ ବିବାହ ପରେ ତାଙ୍କ ପତ୍ନୀ କୋମଲ ପିଣ୍ଟୁଙ୍କ ପ୍ରତି ଥିବା ପ୍ରେମ ସମ୍ପର୍କ ବିଷୟରେ କହିଥିଲେ। ଯେଉଁଥି ପାଇଁ ପଙ୍କଜ ପ୍ରଥମେ ମନା କରିଦେଇଥିଲେ, କିନ୍ତୁ ପରେ ପଙ୍କଜ ଏହି ନିଷ୍ପତ୍ତି ନେଇଥିଲେ। ଏହା ପରେ ପୋଲିସ ଏକ ନିଷ୍ପତ୍ତି ନେଇ ମହିଳାଙ୍କୁ ତାଙ୍କ ପ୍ରେମିକ ସହିତ ବିବାହ କରିବାକୁ କହିଥିଲା। ସମାଜକୁ ଖାତିର ନକରି ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀ କୋମଲଙ୍କୁ ତାଙ୍କ ପ୍ରେମିକ ପିଣ୍ଟୁଙ୍କ ସହ ପଠାଇଥିଲେ ।

   Related Posts