Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କାନପୁର ଏନକାଉଣ୍ଟର: ଅପରାଧୀ ବିକାଶ ଦୁବେର ମା କହିଲେ- ଯଦି ଧରାପଡେ ଏନକାଉଣ୍ଟର କରି ଦିଅ

3/07/2020 at 10:07 PM

କାନପୁର ୦୩।୦୭: ଉତ୍ତର ପ୍ରଦେଶର କାନପୁରରେ ୮ ପୋଲିସକର୍ମୀଙ୍କ ହତ୍ୟା ପୂରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଅପରାଧୀକୁ ଧରିବାକୁ ଯାଇ ପୋଲିସ୍ ସହିଦ୍‌ ହୋଇ ଯାଇଛନ୍ତି। ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ମା କହିଛନ୍ତି ମୋ ପୁଅ ବହୁତ ବଡ ଅପରାଧ କରିଛି। ପୋଲିସ୍ ତାକୁ ଧରି ଏନକାଉଣ୍ଟର କରି ଦିଅନ୍ତୁ।

ବିକାଶ ଦୁବେର ମା ଶାରଳା ଦେବୀ କହିଛନ୍ତି, ଭଲ ହେବ ସେ ନିଜେ ଆତ୍ମସମର୍ପଣ କରୁ। ଲୁଚିଛପି ରହିଲେ ପୋଲିସ୍ ତାକୁ ଏନକାଉଣ୍ଟର କରି ଦେବ। ମୁଁ ତ କହୁଛି ପୋଲିସ୍ ତାକୁ ଧରି ଏନକାଉଣ୍ଟର କରି ଦିଅନ୍ତୁ। ସେ ବହୁତ ବଡ ପାପ କରି ଦେଇଛି।

ଏହା ପୂର୍ରବୁ ବିକାଶ ଦୁବେର ଭାଇ ଦୀପୁର ଲକ୍ଷ୍ନୌ ସ୍ଥିତ ବାସଭବନରେ ପୋଲିସ୍ ଯେବେ ଚଢାଉ କଲା ତାଙ୍କ ମା ଶାରଳା ଦେବୀ କହିଲେ ଯେ, ତାଙ୍କ ପୁଅ ଅପରାଧୀ। ଏହି ରାସ୍ତା ଛାଡି ଦେବାକୁ ତାକୁ ବହୁତ ବୁଝାଯାଇଥିଲା। ମାତ୍ର ସେ କାହାରି କଥା ଶୁଣିନଥିଲା। ଲକ୍‌ଡାଉନ୍ ପୂର୍ବରୁ ତା ସହିତ ଦେଖା  ହୋଇଥିଲା। ସେ ନିଜର ପତ୍ନୀ ଓ ପିଲାଙ୍କ ସହ ଅନ୍ୟ ଏକ ଘରେ ରହୁଥିଲା।

ହିଷ୍ଟ୍ରିସିଟର ବିକାଶ ଦୁବେଙ୍କ ମାଙ୍କ ସ୍ଵାସ୍ଥ୍ୟବସ୍ଥା ସର୍ବଦା ଖରାପ ଥାଏ। ମା କହିଛନ୍ତି ଏହାକୁ ନେଇ ଆମେ ଦୁଃଖିତ ଯେ, ପୁଅ କାରଣରୁ ପୂରା ପରିବାର ବଦନାମ ହୋଇଛି। ସେ କହିଛନ୍ତି ଘରର  ଜଣେ ପିଲା ଖରାପ ବାହାରିଲେ ପୂରା ପରିବାରର ସତ୍ୟାନାଶ ହୋଇଥାଏ। ତାଙ୍କ ପରିବାର ସହିତ ମଧ୍ୟ ଏମିତି  ହେଉଛି।

   Related Posts