Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାନପୁର: ଆହତ ପୋଲିସକର୍ମୀଙ୍କୁ ଭେଟିଲେ ଯୋଗୀ, ସହିଦଙ୍କ ପରିବାରକୁ ୧ କୋଟି ଟଙ୍କା, ସରକାରୀ ଚାକିରି

3/07/2020 at 7:40 PM

କାନପୁର ୦୩।୦୭: କାନପୁର ଏନକାଉଣ୍ଟରରେ ୮ ପୋଲିସକର୍ମୀଙ୍କ ସହିଦ୍ ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆକ୍ସନ ମୋଡରେ ଆସିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ପହଞ୍ଚି ଆହତ ପୋଲିସ କର୍ମୀଙ୍କୁ ରିଜେନ୍ସି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ସମୟରେ ତାଙ୍କ ସହିତ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ମଧ୍ୟ ଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପୋଲିସ୍ ଲାଇନ୍‌ ପହଞ୍ଚି ସହିଦ୍ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ସହିଦ ପୋଲିସକର୍ମୀଙ୍କ ପରିବାରକୁ ସରକାରୀ ଚାକିରି, ଅସାଧାରଣ ଭତ୍ତା ଓ ଏକ କୋଟି ଅନୁକମ୍ଫାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।

କାନପୁରରେ ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବା ଲାଗି ଯାଇଥିବା ପୋଲିସ୍‌ ଟିମ୍‌ ଉପରେ ଆଖିବୁଜା ଗୁଳିମାଡ ହୋଇଥିଲା। ଏଥିରେ ୮ ପୋଲିସକର୍ମୀ ସହିଦ୍ ହୋଇଥିଲେ। ଏହି ଘଟଣା କାନପୁରରେ ଚୌବେପୁର ଥାନା ଅନ୍ତର୍ଗତ ବିକରୁ ଗାଁରେ ଘଟିଛି। ପୋଲିସ୍ ସେଠାକୁ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିଲେ। ଏହି ସମୟରେ ଅପରାଧୀମାନେ ପୋଲିସ ଉପରେ ଅତର୍କିତ ହମଲା କରିଥିଲେ। ଏଥିରେ ୮ ଯବାନ ସହିଦ ହୋଇଥିଲେ ଏବଂ ୪ ଆହତ ହୋଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିଜିପି ଏଚସି ଅବସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାର ରିପୋର୍ଟ ମାଗିଛନ୍ତି।

ପୋଲିସ୍ କାନପୁର ଦେହାତରେ ବିକାଶ ଦୁବେଙ୍କ ସଂପର୍କୀୟଙ୍କ ଘରେ ଚଢାଉ ଆରମ୍ଭ କରିଛନ୍ତି। ପୋଲିସ୍ ବଳ ଗାଁକୁ ଚାରି ଆଡୁ ଘେରି ରଖିଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଜୋର କରିଛନ୍ତି। ୟୁପିର ଡିଜିପି ଏଚସି ଅବସ୍ତି କହିଛନ୍ତି ଲକ୍ଷ୍ନୌରୁ ଫରେନ୍ସିକ ଟିମ୍‌କୁ ପଠାଯାଇଛି। ଏଥିରେ ସାମିଲ୍ ଲୋକଙ୍କ ବିରୋଧରେ ପ୍ରମାଣ ଯୋଗାଡ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରେ  ପ୍ରାଣ ହରାଇଛନ୍ତି। ବର୍ଡର ସିଲ୍‌ କରାଯାଇ ଖୋଳତାଡ ଜାରି ରହିଛି। ଘଟଣାସ୍ଥଳରେ ଏସଟିଏଫର ଟିମ୍ ମୁତୟନ ଅଛନ୍ତି।

   Related Posts