ବ୍ଲକ୍ ଅଫିସ୍ ବାହାରେ ଖରା ଖାଉଥିଲେ କର୍ମଚାରୀ, ଫାଇଲ୍ ନେଇ ଦୌଡି ପଳାଇଲା ଛେଳି

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଲୀ ୦୨/୧୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ କହିବେ ଯେ ସରକାରୀ କର୍ମଚାରୀମାନେ ଆଦୌ ଦାୟୀତ୍ତ୍ୱବାନ ନୁହଁନ୍ତି। ଏହି ଭିଡିଓ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବ୍ଲକ ଅଫିସରୁ ଆସିଛି। ଭାଇରାଲ୍ ଭିଡିଓରେ, ଏହା ଦେଖିବାକୁ ମିଳିଛି ଯେ ଗୋଟିଏ ଛେଳି ବ୍ଲକ୍ ଅଫିସରେ ପଶି ସେଠାରେ ରଖାଯାଇଥିବା ଫାଇଲ୍ ମୁହଁରେ ଧରି ଦୌଡ଼ି ପଳାଇଛି।

wp:html /wp:html

ଛେଳିଟି ଯେତେବେଳେ ଅଫିସ ମଧ୍ୟରେ ପଶିଥିଲା ସେହି ସମୟରେ କର୍ମଚାରୀ କାମ କରୁନଥିଲେ। ବରଂ ଥଣ୍ଡାକୁ ଏଡାଇବା ପାଇଁ ସେମାନେ ବାହରେ ଖରା ଖାଉଥିଲେ। ସେହି ସମୟରେ ଛେଳିଟି ଅଫିସରେ ପଶି ଫାଇଲ୍ ର ପୃଷ୍ଠାଗୁଡ଼ିକୁ ଆରାମରେ ଚୋବାଇଥିଲା। ଛେଳିଟି ଦୀର୍ଘ ସମୟ ଧରି ଫାଇଲର ପୃଷ୍ଠାକୁ ଚୋବାଇ ଥିଲା। କିଛି ସମୟ ପରେ, ଯେତେବେଳେ କର୍ମଚାରୀମାନେ ଛେଳିକୁ ଦେଖିଲେ, ସେମାନେ ଜାଣିବାକୁ ପାଇଲେ ଯେ ଏହା ଏକ ଅଫିସ୍ ଫାଇଲ୍ । ଏହା ପରେ ଜଣେ କର୍ମଚାରୀ ଛେଳି ପାଖକୁ ଯାଇ ଫାଇଲ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ କର୍ମଚାରୀ ଛେଳି ପାଖକୁ ଯିବା ମାତ୍ରେ ଛେଳିଟି କାଗଜ ନେଇ ଦୌଡି ପଳାଇଥିଲା।

ତେବେ ବହୁ ପରିଶ୍ରମ ପରେ, କର୍ମଚାରୀ ଛେଳିଠାରୁ ଫାଇଲ ନେବାକୁ ସକ୍ଷମ ହେବା ବେଳକୁ ଛେଳି ଅଧା ଫାଇଲକୁ ଚୋବାଇ ସାରିଥିଲା। ଏହି ସମୟରେ ଲୋକମାନେ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ କର୍ମଚାରୀଙ୍କ କ୍ଲାସ୍ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.