Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କାନପୁର ସୁଟ୍ଆଉଟ୍‌ର ମାଷ୍ଟର୍‌ମାଇଣ୍ଡ୍ ଜୀବନ ନାଟକରେ ଯବନିକା : ପୋଲିସ ଉପରକୁ ଫାୟାରିଂ କରି ଏନକାଉଣ୍ଟରର ଶିକାର

10/07/2020 at 6:53 PM

କାନପୁର ୧୦/୦୭ : କାନପୁର ସୁଟ୍ଆଉଟରେ ୮ ପୋଲିସକର୍ମୀଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ୮ ଦିନରେ ଖତମ୍ । ଉଜ୍ଜୟିନୀରୁ ଗିରଫ ହୋଇଥିବା ଦୁବେକୁ କାନପୁର ଆଣିବା ରାସ୍ତାରେ ହିଁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ୍ । ଦୁବେ ଖସିଯିବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚଳାଉଥିବା ବେଳେ ପ୍ରତିଜବାବରେ ଏଭଳି କରାଯାଇଥିବା ୟୁପି ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ଏନକାଉଣ୍ଟରକୁ ନେଇ ରାଜନୀତି ବି ବେଶ ଉଷ୍ମ ହୋଇଛି ।


ଆଗରୁ ଯାହା ଅନୁମାନ କରାଯାଉଥିଲା ଶେଷରେ ସେୟା ହିଁ ହେଲା । କାନପୁର୍ ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ତଥା ୟୁପିର ହାର୍ଡକୋର୍ କ୍ରିମିନାଲ ବିକାଶ ଦୁବେର ଜୀବନ ନାଟକରେ ଯବନିକା ଟଣାଯାଇଛି । ଆଜି ସକାଳ କାନପୁରରୁ ପ୍ରାୟ ୧୫ କିଲୋମିଟର ଦୂର ବାରା ଅଞ୍ଚଳରେ ତାର ଏନକାଉଣ୍ଟର କରିଛି ୟୁପି ଏସଟିଏଫ୍ ।


ଗତକାଲି ମଧ୍ୟ ପ୍ରଦେଶ ପୋଲିସ ଦ୍ବାରା ଉଜ୍ଜୟିନୀରୁ ଗିରଫ ହେବା ପରେ ୟୁପି ଏସଟିଏଫ୍ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦୁବେକୁ କାନପୁର ଆଣୁଥିଲେ । ତେବେ ସକାଳ ପ୍ରାୟ ସାଢ଼େ ୬ଟାରେ ବାରା ନିକଟରେ ପୋଲିସ ଗାଡ଼ି ଦୁର୍ଘଟଣା ହେବା ପରେ ଏହାର ସୁଯୋଗରେ ଦୁବେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ବନ୍ଧୁକ ନେଇ ଖସିଯିବାକୁ ପ୍ରୟାସ କରୁଥିଲେ । ଏଥିପାଇଁ ତାକୁ ସରେଣ୍ଡର ପାଇଁ କୁହାଯାଇଥିଲେ ବି ସେ ପୋଲିସକର୍ମୀଙ୍କ ଉପରକୁ ଫାୟାରିଂ ଆରମ୍ଭ କରିଥିଲା । ପ୍ରତିଜବାବରେ ଏସଟିଏଫ ପକ୍ଷରୁ ତାକୁ ଏନକାଉଣ୍ଟର କରାଯାଇଥିଲା । ପରେ ତାକୁ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।


ସେପଟେ କିନ୍ତୁ ଏହି ଏନକାଉଣ୍ଟର ୟୁପି ପୋଲିସ ପାଇଁ ଛିଡ଼ା କରିଛି ଗଦାଗଦା ପ୍ରଶ୍ନ । ବିକାଶ ଭଳି ହାର୍ଡକୋର୍ କ୍ରିମିନାଲକୁ ଆଣିବା ସମୟରେ ତା ହାତରେ ହ୍ୟାଣ୍ଡକପ୍ ଲାଗିନଥିଲା କାହିଁକି ? ବିକାଶର ଗୋଡ଼ରେ ଆଗରୁ ଆଘାତ ଲାଗିଥିବା ବେଳେ ସେ ଦୌଡ଼ି ପଳାଇବାକୁ କେମିତି ସମର୍ଥ ହୋଇଥିଲା ? ବିକାଶ ଆସିବ ବୋଲି ଗତକାଲି ରାତି ୧୧ଟାରୁ ଝାନ୍ସୀ ଟୋଲଗେଟ୍ରେ କାହିଁକି ସବୁଗାଡ଼ିକୁ ଅଟକ ରଖାଯାଇଥିଲା ? ବିକାଶକୁ ସକାଳ ୭ଟାରେ ହସ୍ପିଟାଲ ଅଣାଯାଇଥିବା ବେଳେ ଆହତ ପୋଲିସ କର୍ମୀଙ୍କୁ ପାଖାପାଖି ୧୧ଟାରେ କାହିଁକି ହସ୍ପିଟାଲ ନିଆଯାଇଥିଲା ?
ଏହାରି ଭିତରେ ୟୁପି ପୋଲିସର ଡଣେ ଆଇଜି ରାଙ୍କର ଅଫିସର ଗତକାଲି କରିଥିବା ଟ୍ବିଟ୍କୁ ନେଇ ନାନା ଚର୍ଚ୍ଚା ।

ଯେଉଁଥିରେ ଆଇଡି ଅମିତାଭ ଠାକୁର ଲେଖିଥିଲେ ବିକାଶ ଦୁବେ ସରେଣ୍ଡର କରିଗଲା । ହେଇପାରେ କାଲି ୟୁପି ପୋଲିସ କଷ୍ଟଡିରୁ ପଳାଇଯିବାକୁ ଚେଷ୍ଟା କରିବ ଏବଂ ତାର ଏନକାଉଣ୍ଟର ହେବ । ଏହିଭଳି ବିକାଶ ଦୁବେର ଚାପ୍ଟର କ୍ଲୋଜ୍ ହୋଇଯିବ । କିନ୍ତୁ ମୋ ଦୃଷ୍ଟିରେ ନିରପେକ୍ଷ ଭାବେ ପୋଲିସ ତାର ଦାୟିବ୍ ନିଭାଇବା ଉଚିତ୍… ଏହି ଟ୍ବିଟର କେଇ ଘଣ୍ଟା ପରେ ବିକାଶ ଦୂବେକ କରାଯାଇଥିବା ଏନ୍କାଉଣ୍ଟର ଅନେକ ପ୍ରଶ୍ନ ଛିଡା କରିଛି । ଯାହାର ଉତ୍ତର କେବଳ ୟୁପି ପୋଲିସ ବା ରାଜନେତା ହିଁ ଦେଇପାରିବେ ।

   Related Posts