କାନପୁର ବିକାଶ ଦୁବେ ମାମଲାରେ ନିଲମ୍ବିତ SO ବିନୟ ତିୱାରୀ ଓ ବିଟ୍ ପ୍ରଭାରୀ କେ.କେ.ଶର୍ମା ଗିରଫ

Published By : Prameya-News7 Bureau | July 08, 2020 IST

କାନପୁର ୦୮/୦୭ : କାନପୁର ଵିକରୁ ସୁଟଆଉଟ ମାମଲାରେ ନିଲମ୍ବିତ ଚୋବେପୁରର ପୂର୍ବତନ ଏସଓ ବିନୟ ତିୱାରୀ ଏବଂ ବିଟ୍ ପ୍ରଭାରୀ କେ.କେ.ଶର୍ମାଙ୍କୁ ପୋଲିସ ଗିରଫ କରିଛି | ପୋଲିସ ଟିମକୁ ବିପଦରେ ପକାଇ ଘଟଣାସ୍ଥଳରୁ ଫେରାର ହେବା ସହ ଅପରାଧୀ ବିକାଶ ଦୁବେ ସମ ସମ୍ପର୍କ ଥିବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି | ଆଇଜି ମୋହିତ ଅଗ୍ରୱାଲ ଏବଂ ଏସଏସପି ଦୀନେଶ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି |

ଏବେ ସୁଦ୍ଧା ହୋଇଥିବା ଯାଞ୍ଚରେ ଇସ ବିନୟ ତିୱାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା | ଏହାସହ ଜୁଲାଇ ୨ ତାରିଖରେ ବିକାଶ ଦୁବେ ଘରେ ଚଢ଼ାଉ କରିବାକୁ ଯାଉଥିବା ପୋଲିସ ଟିମ ସମ୍ପର୍କରେ ସେ ପୂର୍ବରୁ ହିଁ ବିକାଶ ଦୁବେକୁ ସୂଚନା ଦେଇଥିବା ଭିଯୋଗ ମଧ୍ୟ ହୋଇଛି | ଏହି ମାମଲାରେ ଏସଓ ବିନୟ ତିୱାରୀ, କନେଷ୍ଟବଳ କୁଂଵାର ପାଲ, କେ.କେ.ଶର୍ମା ଓ ରାଜୀବ ଚୌଧୁରୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା | ଏସଏସପି ଥାନାର ଅନ୍ୟ ୬୮ କର୍ମଚାରୀଙ୍କୁ ଲାଇନ ହାଜର କରିଛନ୍ତି | ଏ ସମସ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି | ବର୍ତ୍ତମାନ ଚୋବେପୁର ଥାନାରେ ୫୫ ନୂଆ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.