ସହିଦଙ୍କ ଅନ୍ତିମ ଯାତ୍ରାରେ ଭାଜପା ସାଂସଦ ଏବଂ ବିଧାୟକଙ୍କ ହସ ହସ ମୁହଁ : ଭାଇରାଲ ହେଲା ଫଟୋ

Published By : Prameya-News7 Bureau | February 19, 2019 IST

କାନପୁର ୧୯/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ସିଆରପିଏଫ ଯବାନ ଅଜିତ କୁମାର ଆଜାଦଙ୍କ ମରଶରୀରର ଅନ୍ତିମ ଯାତ୍ରାରେ ରଥରେ ଯାଉଥିବା ସାଂସଦ ଏବଂ ବିଧାୟକଙ୍କ ହସ ଏବଂ ଭିଡ଼ରେ ହାତ ଯୋଡ଼ି ଅଭିବାଦନ କରିବାର ଫଟୋ ଏବଂ ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ରାଜନୈତିକ ଏବଂ ସାମାଜିକ ସଙ୍ଗଠନ ଏହାକୁ ତୀବ୍ର ସମାଲୋଚନା କରିବାପରେ ଭାଜପାର ବରିଷ୍ଠ ପଦାଧିକାରୀ ଜିଲ୍ଲାଧ୍ୟକ୍ଷଙ୍କଠୁ ଏହି ଘଟଣା ସମ୍ପର୍କରେ ଖୋଳତାଡ କରିଛନ୍ତି। ଜାମ୍ମୁର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଅଜିତ କୁମାର ଆଜାଦଙ୍କ ଅନ୍ତିମ ଯାତ୍ରା ଶନିବାର ଦିନ ହୋଇଥିଲା।

ଏହି ଯାତ୍ରାରେ ବିଧାନସଭା ଅଧ୍ୟକ୍ଷ ହୃଦୟନାରାୟଣ ଦୀକ୍ଷିତ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧୁ ନିରଞ୍ଜନ ଜ୍ୟୋତି ,ସାଂସଦ ସାକ୍ଷୀ ମହାରାଜ, ଆଇନ୍ ମନ୍ତ୍ରୀ ବୃଜେଶ ପାଠକ ଏବଂ ସଦର ବିଧାୟକ ପଙ୍କଜ ଗୁପ୍ତା ସାମିଲ ଥିଲେ। ଏହି ନେତାମାନେ ସେହି ରଥଗାଡ଼ିରେ ଯାଇଥିଲେ,ଯେଉଁଥିରେ ସହିଦ ଅଜିତଙ୍କ ପାର୍ଥିବ ଶରୀର ଶବାଧାର ରଖାଯାଇଥିଲା।

ସହରର ଛକ ପାଖରେ ଥିବା କେତେକ ଲୋକ ସାଂସଦ ଏବଂ ବିଧାୟକଙ୍କ ହସୁଥିବାର ଫଟୋ ଉଠାଇଦେଇଥିଲେ। ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଯାଇଥିଲା। ଅପର ପକ୍ଷରେ ବିରୋଧୀ ଦଳର ନେତା ଏହି ଫଟୋକୁ ସୋଶିଆଲ ମିଡିଆରେ ପ୍ରବଳ ମାତ୍ରାରେ ସେୟାର କରିଥିଲେ।

ଏଥିରେ ବିଭିନ୍ନ ପ୍ରକାର ସମାଲୋଚନା ହୋଇଥିଲା। ଭାଜପା ନେତା ଏବଂ ଆଇଟି ସେଲ୍ ଏହି ଭାଇରାଲ ପୋଷ୍ଟରେ ଲୋକଙ୍କ ପ୍ରତିକ୍ରିୟାର ସଫେଇ ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଏହି ମାମଲାକୁ ସେମାନେ ଦବାଇ ପାରିନଥିଲେ। ଏହି ଫଟୋ ଦେଖି ସାଧାରଣ ଲୋକେ ମଧ୍ୟ କ୍ଷୋଭ ବ୍ୟକ୍ତ କରିଥିଲେ। ଭାଜପା ଜିଲ୍ଲାଧ୍ୟକ୍ଷଙ୍କ କହିବାନୁସାରେ ଶବଶୋଭାଯାତ୍ରା ବେଳେ ଉଭୟ ଥଟ୍ଟାମଜା କରୁନଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.