Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

କାନପୁର ପୋଲିସର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ : ଜଣେ ଆଇପିଏସ୍, ଡେପୁଟି ଏସ୍‌ପିଙ୍କ ସହ ଆଉ ଦୁଇ ସସ୍ପେଣ୍ଡ୍

24/07/2020 at 1:14 PM

କାନପୁର ୨୪/୦୭ : ଗତ ମାସେ ହେଲା ଉତ୍ତର ପ୍ରଦେଶ କାନପୁର ଜିଲ୍ଲା ଚର୍ଚ୍ଚାରେ ରହିଛି | ଵିକରୁ କାଣ୍ଡ ଓ ବର୍ରା ଅପହରଣ ମାମଲା କାନପୁର ପୋଲିସକୁ କାଠଗଡ଼ାରେ ଛିଡା କରିଦେଇଛି | ଏବେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି | କାନପୁରର ବଢୁଥିବା ଅପରାଧିକ ମାମଲା ଓ ପୋଲିସର ଅସଫଳତା ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷୁବ୍ଧ ହୋଇଯାଇଛନ୍ତି | ଯୋଗୀ ଆଇପିଏସ ଅଫିସର ଅପର୍ଣ୍ଣା ଗୁପ୍ତା, ତତ୍କାଳୀନ ଡେପୁଟି ଏସପି ମନୋଜ ଗୁପ୍ତାଙ୍କ ସମେତ ୪ ଅଧିକାରୀଙ୍କୁ ସସ୍ପେଣ୍ଡ କରିଛନ୍ତି | ତତ୍କାଳୀନ ବର୍ରା ଏସଓ ରଣଜିତ ରାୟ ଏବଂ ଥାନା ଇନଚାର୍ଜ ରାଜେଶ କୁମାରଙ୍କୁ ମଧ୍ୟ ସସ୍ପେଣ୍ଡ କରିଦିଆଯାଇଛି |

ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଆଇଜି ମୋହିତ ଅଗ୍ରୱାଲ, ଏଡିଜି ଜେଏନ ସିଂହ, ଏସଏସପି ଦୀନେଶ ପିଙ୍କ କାର୍ଯ୍ୟପ୍ରଣାଳୀରୁ କ୍ଷୁବ୍ଧ ଅଛନ୍ତି | ଅପରାଧିକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୋଲିସ ଠାରୁ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି | ବଡ ଅଧିକାରୀଙ୍କୁ ସେ କହିଛନ୍ତି ଆଇନ ବ୍ୟବସ୍ଥାକୁ ନେଇ ଚାଲିଥିବା ଅଭିଯାନକୁ ପୋଲିସ ଧକ୍କା ପହଞ୍ଚାଇଛି | ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଯୋଗୀ କହିଛନ୍ତି | 

କାନପୁର ବର୍ରା ବାସିନ୍ଦା ଲ୍ୟାବ ଟେକନିସିଆନ ସଂଜିତ ଯାଦବଙ୍କୁ ପାଖାପାଖି ମାସେ ପୂର୍ବରୁ ଜୁନ ୨୨ ତାରିଖ ରାତିରେ ହସ୍ପିଟାଲରୁ ଘରକୁ ଯାଉଥିବା ସମୟରେ ଅପହରଣ କରାଯାଇଥିଲା | ଏହି ମାମଲାରେ କାନପୁର ପୋଲିସର କାର୍ଯ୍ୟକଳାପ ପ୍ରଥମରୁ ହିଁ ପ୍ରଶ୍ନ ଛିଡା କରିଥିଲା | ପାଖାପାଖି ମାସେ ପାରେ ପୋଲିସ ମାମଲାର ଖୁଲାସା କରିଥିଲା | ସଂଜିତର ଅପହରଣକାରୀ କୌଣସି ପ୍ରଫେସନାଲ ଅପରାଧୀ ନୁହେଁ ବରଂ ତାଙ୍କରି ଜଣେ ବନ୍ଧୁ ଥିଲା | ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି | ସମସ୍ତେ ସଂଜିତଙ୍କ ବନ୍ଧୁ | ଅପହରଣର ମାଷ୍ଟରମାଇଣ୍ଡ ଥିଲା ଜ୍ଞାନେନ୍ଦ୍ର ଯାଦବ | ପୋଲିସ ପଚରାଉଚୁରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ଜୁନ ୨୬ ତାରିଖରେ ସଂଜିତକୁ ହତ୍ୟା କରି ତାଙ୍କ ଶବ ପାଣ୍ଡୁ ନଦୀରେ ଫୋପାଡ଼ି ଦେଇଥିଲେ | ହତ୍ୟା କରିବା ପରେ ଜୁନ ୨୯ ତାରିଖରେ ଅପହରଣକାରୀ ସଂଜିତଙ୍କ ପରିବାରକୁ ଫୋନ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ | ତେବେ ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଲା, ଅପହରଣକାରୀ ପୋଲିସକୁ କହିଥିଲେ ଯେ ସେମାନେ ଟଙ୍କା ବ୍ୟାଗ ନେଇନଥିଲେ |  ଏଠାରେ ପୁଣି ପୋଲିସର କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠିଛି | ଅଭିଯୋଗ ହେଇଚି ଯେ ପୋଲିସ ହିଁ ଅପହରଣକାରୀଙ୍କୁ ଟଙ୍କା ଦେବାକୁ କହିଥିଲା କିନ୍ତୁ ଟଙ୍କା ଦେବା ପରେ ମଧ୍ୟ ସଂଜିତ ଘରକୁ ଫେରିନଥିଲେ |

ଅପହରଣକାରୀ କହିଛନ୍ତି ଯେ ଟଙ୍କା ପାଇଁ ହିଁ ସେମାନେ ସଂଜିତକୁ ଅପହରଣ କରିଥିଲେ କାରଣ ସଂଜିତ କହୁଥିଲେ ଯେ ତାଙ୍କ ପାଖରେ ବହୁତ ଟଙ୍କା ଅଛି | କିନ୍ତୁ ଟଙ୍କା ବ୍ୟାଗ ସେମାନେ ନେଇନାହାନ୍ତି ବୋଲି ସଫାସଫା କହିଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠିଛି ଯଦି ଅପହରଣକାରୀ ଟଙ୍କା ବ୍ୟାଗ ନେଇନାହାନ୍ତି ତାହେଲେ ବ୍ୟାଗ ନେଲା କିଏ ? 

କାନପୁର ଵିକରୁ କାଣ୍ଡକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିଛି | ଜୁଲାଇ ୨ ତାରିଖ ରାତିରେ ୮ ଜଣ ପୋଲିସକର୍ମୀଙ୍କୁ ହତ୍ୟା କରାଯାଇଥିଲା | ଅପରାଧୀ ବିକାଶ ଦୁବେକୁ ଧରିବା ପାଇଁ ପୋଲିସ ଟିମ ଗାଁକୁ ଯାଇଥିଲା କିନ୍ତୁ ବିକାଶ ଦୁବେ ପୋଲିସକର୍ମୀଙ୍କୁ ହତ୍ୟା କରି ଗାଁରୁ ଫେରାର ହୋଇଯାଇଥିଲା |  ଜୁଲାଇ ୯ ତାରିଖରେ ମଧ୍ୟ ପ୍ରଦେଶ ପୋଲିସ ବିକାଶ ଦୁବେକୁ ଗିରଫ କରିଥିଲା | ୧୦ ତାରିଖ ସକାଳେ ଉତ୍ତର ପ୍ରଦେଶ ଏସଟିଏଫ ଟିମ ବିକାଶ ଦୁବେକୁ କାନପୁର ନେଇକି ଯାଉଥିବା ସମୟରେ ପୋଲିସ କବଳରୁ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାର ଏନକାଉଣ୍ଟର କରାଯାଇଥିଲା | ବିକାଶ ଦୁବେର ଏନକାଉଣ୍ଟର ମଧ୍ୟ ଏବେ ପ୍ରଶ୍ନ ଘେରରେ ରହିଛି |

ମାସେ ଭିତରେ କାନପୁରରେ ଘଟିଥିବା ଦୁଇଟି କାଣ୍ଡକୁ ନେଇ ବିରୋଧୀ ଦଳ ଉତ୍ତର ପ୍ରଦେଶ ସରକାରଙ୍କୁ ଘେରିଛନ୍ତି | ଏହି ଦୁଇଟି ଘଟଣା ମଧ୍ୟରେ ଅମେଠିରେ ଯବାନଙ୍କ ପିତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ଓ ଗାଜିଆବାଦରେ ସାମ୍ବାଦିକ ବିକ୍ରମ ଯୋଶୀ ହତ୍ୟାକାଣ୍ଡ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି | ଉତ୍ତର ପ୍ରଦେଶରେ ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ବଢିବା ନେଇ ବିରୋଧୀ ଯୋଗୀଙ୍କ ବୟାନକୁ ନେଇ କଟାକ୍ଷ କରିଛନ୍ତି, ଯେଉଁଥିରେ ଯୋଗୀ କହିଥିଲେ ଅପରାଧୀ ଉତ୍ତର ପ୍ରଦେଶ ଛାଡି ଦିଅନ୍ତୁ ଅଥବା ଅପରାଧ ଛାଡି ଦିଅନ୍ତୁ |

   Related Posts