Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

କର୍ମଚାରୀର ପତ୍ନୀଙ୍କୁ ଦୁଷ୍କର୍ମ କରି ମାଲିକ ହୋଇଗଲା ଫେରାର, ଛାନଭିନ୍‌ ପରେ କାବୁ କଲା ପୋଲିସ

4/01/2021 at 9:07 PM

ଲକ୍ଷ୍ନୌ ୦୪/୦୧ : କନ୍ନୌଜର ସୌରିଖ ଅଞ୍ଚଳର ଏକ ଗାଁରେ ଦୋକାନ ମାଲିକ ନିଜ ଦୋକାନରେ କାମ କରୁଥିବା ଯୁବକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ହେପାଜତକୁ ନେଇଛି । ପଚରା ଉଚରା ପରେ ପୋଲିସ, ପୀଡିତା ମହିଳା ଏବଂ ଅଭିଯୁକ୍ତର ମେଡିକାଲ ଯାଞ୍ଚ କରାଯାଇଛି ।

ପୀଡିତା ମହିଳା ନିଜ ବୟାନରେ କହିଛନ୍ତି, ତାଙ୍କ ସ୍ବାମୀ ଗୋଟିଏ ଦୋକାନରେ କାମ କରନ୍ତି । ଗତ ରବିବାର ଦିନ ସ୍ବାମୀଙ୍କ ସହ ଦୋକାନ ମାଲିକ ଘରକୁ ଆସିଥିଲେ । ଏହା ପରେ ମାଲିକ ତାଙ୍କ ସ୍ବାମୀଙ୍କୁ ମଦ ଆଣିବା ପାଇଁ ପଠାଇଦେଇଥିଲେ । ମହିଳାଙ୍କ ସ୍ବାମୀ ଚାଲିଯିବା ପରେ ମାଲିକଜଣକ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲା । ଏହା ପରେ ମହିଳାଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା ।

ତେବେ ମହିଳାଙ୍କ ସ୍ବାମୀ ଘରକୁ ଆସିବା ପରେ ଘଟଣା ବିଷୟରେ ଜଣାଇଥିଲେ ପୀଡିତା । ଅଭିଯୁକ୍ତ ଦୋକାନ ମାଲିକ ତୁରନ୍ତ ଗାଡି ନେଇ ସେଠାରୁ ଫେରାର ହୋଇଯାଇଥିଲା । ଏହା ପରେ ଉଭୟ ପତି ପତ୍ନୀ ଥାନାରେ ଏ ବାବଦରେ ଦୋକାନ ମାଲିକ ସନ୍ଦୀପ ତିଓ୍ବାରୀ ବିରୁଦ୍ଧରେ ଏତଲା ଦେଇଥିଲେ । ପୀଡିତାଙ୍କ ଏତଲା ଆଧାରରେ ଥାନାଧିକାରୀ ଶିବ କୁମାର ଥାପ୍ପା ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତକୁ କାବୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।

   Related Posts