ଭୀଷଣ ସଡକ ଦୁର୍ଘଟଣା : ନିୟନ୍ତ୍ରଣ ହରାଇ କାର୍‌କୁ ଧକ୍କା ଦେଲା ବସ୍, ୫ ମୃତ ୨୦ ଗୁରୁତର ଆହତ

Published By : Prameya-News7 Bureau | July 19, 2020 IST

କନୌଜ ୧୯/୦୭ : ଉତ୍ତର ପ୍ରଦେଶ କନୌଜ ଜନପଦ ସୌରୀଖ ଥାନା ଅନ୍ତର୍ଗତ ଆଗ୍ରା-ଲଖନଉ ଏକ୍ସପ୍ରେସରେ ରବିବାର ସକାଳେ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି | ଏକ ବସ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି | ବସ କାରକୁ ଧକ୍କା ଦେବାରୁ ଉଭୟ ବସ ଓ କାର ଖାଲକୁ ଓଲଟି ପଡ଼ିଥିଲେ | ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି | ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

{"id":302422,"sizeSlug":"large"}

ସୂଚନାଯୋଗ୍ୟ ଯେ, ବସ ଦିଲ୍ଲୀରୁ ବିହାର ଯାଉଥିଲା | ସୌରୀଖ ଥାନା ଅନ୍ତର୍ଗତ ଆଗ୍ରା-ଲଖନଉ ଏକ୍ସପ୍ରେସ ନିକଟରେ ବସ ନିୟନ୍ତ୍ରଣ ହରାଇ ଏକ କାରକୁ ଧକ୍କା ଦେଇଥିଲା ଏବଂ ଉଭୟ ଖାଲ ଭିତରେ ପଡିଯାଇଥିଲେ | ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବସର ସ୍ପିଡ଼ ଅଧିକ ଥିଲା | ଅନେକ ଆହତଙ୍କ ଅବସ୍ଥା ଗମ୍ଭୀର ରହିଛି | ଏହାସହ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି |

{"id":302423,"sizeSlug":"large"}

ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଜନପଦ କନୌଜରେ ଘଟିଥିବା ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏହାସହ ସମସ୍ତ ଆହତଙ୍କ ସମୁଚିତ ଉପଚାର କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.