Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

କନ୍ନନ ଗୋପୀନାଥଙ୍କୁ ପୁଣି ମିଳିଲା IAS ଜଏନ୍ ଲାଗି ଅଫର, ଜାଣନ୍ତୁ ସରକାରଙ୍କୁ କ’ଣ ଦେଲେ ଜବାବ

11/04/2020 at 7:02 PM

ନୂଆଦିଲ୍ଲୀ ୧୧।୪:  ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ କନ୍ନନ ଗୋପୀନାଥଙ୍କୁ ସରକାର ପୁଣି ସେବାରେ ଯୋଗଦେବାକୁ ପତ୍ର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ଜାରି ପତ୍ରରେ ଜମ୍ମୁ-କାଶ୍ମୀରରେ ବ୍ୟାପିଥିବା କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି  ତୁରନ୍ତ ନିଜ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କନ୍ନନ ବିଭାଗଙ୍କ ନିର୍ଦ୍ଦେଶକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି।

ଏ ନେଇ କନ୍ନନ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ବିଭାଗଙ୍କ ପତ୍ର ସହ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଉପୁଜିଥିବା ପରିସ୍ଥିତିରେ ସେ ଜଣେ ସାଧାରଣ ନାଗରିକ ଭଳି କରୋନା ମହାମାରୀ ବିରୋଧରେ ଲଢିବାକୁ ପ୍ରସ୍ତୁତ, କିନ୍ତୁ ଜଣେ ଆଇଏଏସ୍ ଅଫିସର ଭାବେ ପୁଣି ଥରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ନାହିଁ ବୋଲି ଲେଖିଛନ୍ତି।

ସେ ଆଉ ଏକ ପୋଷ୍ଟରେ ପ୍ରଶାସନିକ ସେବାରୁ ସେ ଇସ୍ତଫା ଦେବାର ୮ ମାସ ପରେ ତାଙ୍କୁ ବିଭାଗ ଏହି ପତ୍ର ଦେଇଥିବା ସୂଚିତ କରିଛନ୍ତି। ତେବେ ସରକାର କେବଳ ଲୋକ ଓ ଅଧିକାରୀଙ୍କୁ ଉତ୍ପୀଡନ କରିଜାଣନ୍ତି। ମୁଁ ଜାଣେ ସେମାନେ ମୋତେ ପୁଣି ହତାସ କରିବେ। ଏଣୁ ବିପରୀତ ପରିସ୍ଥିତିରେ ଜଣେ ସ୍ୱେଚ୍ଛାସେବୀ ଭାବେ ସେ ସରକାରଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ, କିନ୍ତୁ ପୁଣି ଥରେ ଆଇଏଏସ ଯୋଗଦେବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

ଗତବର୍ଷ ଅଗଷ୍ଟମାସରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର ଘୋଷଣା କରିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିରେ କ୍ଷୁବ୍ଧ କନ୍ନନ ସେହିମାସ ୨୭ ତାରିଖରେ ଚାକିରୀରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପାଇଥିଲେ ହେଁ ତାଙ୍କର ଇସ୍ତଫା ମଞ୍ଜୁର କରିନାହାନ୍ତି। ଯେତେବେଳେ ଇସ୍ତଫା ମଞ୍ଜୁର ହୁଏ ସେତେବେଳେ ଜଣେ ସରକାରୀ କର୍ମଚାରୀ ତା ପଦରୁ ଅବ୍ୟହତି ନେଇ ପାରେ ବୋଲି ବିଭାଗ ପତ୍ରରେ ତାଙ୍କୁ ସୂଚିତ କରିଛନ୍ତି। ଏଣୁ ତାଙ୍କୁ ପଦବୀରେ ଦ୍ୱିତୀୟବାର ଯୋଗଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେ ଏହାକୁ ଅଗ୍ରାହ୍ୟ କରିଛନ୍ତି।

   Related Posts