Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

28/05/2020 at 9:54 AM

ନୂଆଦିଲ୍ଲୀ ୨୮।୦୫: ସିନେ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । କିଛି ଦିନ ତେଳେ ଅଭିନେତା ରିଷ କପୁର ଓ ଇର୍‌ପାନ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ମୋବିନା ମାଇକେଲ୍‌ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମାତ୍ର ୨୨ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ମୋବିନା କନ୍ନଡରେ ବହୁ ଟିଭି ସରିୟଲରେ ଅଭିନୟ କରି ଲୋକପ୍ରିୟ ହୋଇଥିଲା । କିନ୍ତୁ ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ମୋବିନା ତାଙ୍କ ସାଙ୍ଗମାନଙ୍କ ସହ ନିଜ କାରରେ ମେଦିକିରି ଯାଉଥିଲା । ରାସ୍ତାରେ ଗାଡି ଚାଲୁଥିବା ସମୟରେ ହଠାତ୍‌ ତାଙ୍କ କାର୍‌ ଏକ ଟ୍ରାକ୍ଟର ସହିତ ହୋଇଯାଇଥିଲା । ଦୁର୍ଘଟଣାରେ ମୋବିନା ଓ ତାଙ୍କ ସାଙ୍ଗମାନେ ବହୁତ କ୍ଷତ ଲାଗିଥିଲା । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ମୋବିନା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ତାଙ୍କ ସାଙ୍ଗମାନଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି । ମୋବିନାଙ୍କ ଅଚାନକ ମୃତ୍ୟୁକୁ ନେଇ ପୂରା ପରିବାର ଓ ଟିଭି ଇଣ୍ଟଷ୍ଟ୍ରିକୁ ବହୁତ ବଡ ଝଟ୍‌କା ଲାଗିଛି । କନ୍ନଡ ଟିଭି ଇଣ୍ଟଷ୍ଟ୍ରିରେ କେତେକ ଲୋକ ମୋବିନା ମାଇକେଲ୍‌ଙ୍କୁ ସୋସିଆଲ୍‌ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ‘Pyante Hudgir Halli Life Life Season 4’, ହୋଷ୍ଟ କରୁଥିବା ଅକୁଳ ବାଲାଜୀ ମୋବିନାଙ୍କ ମୃତ୍ୟୁ ନେଇ ନିଜର ଶୋକ ବ୍ୟକ୍ତ କରିଛନ୍ତି ।  ଶୋ’ର ବିଜୟୀ ହେବା ମୁହୂର୍ତ୍ତରେ ମୋବିନାଙ୍କୁ ମନେ ପକାଇ ଏକ ଫଟୋ ସେୟାର କରିଛନ୍ତି ।

   Related Posts