ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ସଞ୍ଜନା ଗଲରାନି ଗିରଫ
8/09/2020 at 1:27 PM

ମୁମ୍ବାଇ୦୮/୦୯ : ଚନ୍ଦନ କାଠ ଡ୍ରଗ୍ସ ମାମଲାରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଯାଞ୍ଚ କରୁଛି | ମାମଲାରେ ପୋଲିସ ମଙ୍ଗଳବାର ଦିନ କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲରାନିଙ୍କୁ ଗିରଫ କରିଛି | ଏହି ମାମଲାରେ ପୂର୍ବରୁ ପୋଲିସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ସମେତ ୬ଜଣଙ୍କୁ ଗିରଫ କରିସାରିଥିଲା | ଡ୍ରଗ୍ସ ମାମଲାରେ ସଞ୍ଜନାଙ୍କ ଲିଙ୍କ ଥିବା ସାମ୍ନାକୁ ଆସିବ ପରେ ତାଙ୍କୁ ଗିରଫ କରାଯାଇଛି |

ଗିରଫ ପୂର୍ବରୁ ସିସିବି ଅଧିକାରୀ ଅଭିନେତ୍ରୀଙ୍କ ବେଙ୍ଗାଲୁରୁ ଇନ୍ଦିରାନଗର ସ୍ଥିତ ଘରେ ପହଞ୍ଚି ଚଢ଼ାଉ କରିଥିଲେ | ମଙ୍ଗଳବାର ଦିନ ଜଣେ ମହିଳା ପୋଲିସକର୍ମୀଙ୍କ ସମେତ ୮ ପୋଲିସ ଅଧିକାରୀ ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲେ | ଏହାପରେ ତାଙ୍କୁ ଗିରଫ କରାଯାଇଛି | ପଚରାଉଚୁରା ପାଇଁ ତାଙ୍କୁ ସିସିବି କାର୍ଯ୍ୟାଳୟକୁ ନିଆଯାଇଛି |

ଏହି ମାମଲାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି | NDPS ଆକ୍ଟ ଅନୁଯାୟୀ ଅଭିନେତ୍ରୀ ରାଗିନୀଙ୍କୁ ଗିରଫ କରାଯାଇଥିଲା | ରାଗିନୀ ଦ୍ବିବେଦୀଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡକୁ ପଠାଯାଇଥିଲା | ଭିଡିଓ କନଫରେନସିଂ ଜରିଆରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା |