ନୂଆଦିଲ୍ଲୀ ୨୫/୦୧ : କନ୍ନଡ଼ ଅଭିନେତ୍ରୀ ତଥା ବିଗ ବସ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରୁ ଜୟଶ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ବହୁ ସମୟ ଧରି ଡିପ୍ରେସନରେ ଥିଲେ। ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ଜୟଶ୍ରୀ ରମେୟା ବିଗ୍ ବସ୍ ସିଜନ୍-୩ ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।
{"id":398260,"sizeSlug":"large","linkDestination":"none"}ସୂଚନା ଅନୁଯାୟୀ, ସୋମବାର ଦିନ ଜୟଶ୍ରୀ ନିଜ ପରିବାର ଓ ସାଙ୍ଗମାନଙ୍କ ଫୋନ ରିସିଭ କରିନଥିଲେ ସେତେବେଳେ ତାଙ୍କ ସାଙ୍ଗମାନେ ଆଶ୍ରମକୁ ଯୋଗାଯୋଗ କରିଥିଲେ। ଆଶ୍ରମ ସଞ୍ଚାଳକ ଆସି ଦେଖିଲାବେଳେ ଜୟଶ୍ରୀଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା। ଏହାପରେ ଆଶ୍ରମ ସଞ୍ଚାଳକ ପୋଲିସକୁ ସୂଚନା ଦେଇଥିଲେ।
{"id":398275,"sizeSlug":"large","linkDestination":"none"}ବହୁ ଦିନ ଧରି କାମ ନ ମିଳିବାରୁ ସେ ବହୁତ ଚିନ୍ତିତ ଥିଲେ ବୋଲି କୁହାଯାଉଛି। ଏ ସମ୍ପର୍କରେ ସେ ନିଜ ସାଙ୍ଗମାନଙ୍କ ସହ ମଧ୍ୟ ଅନେକଥର କଥା ହୋଇଥିଲେ। ଗତ ବର୍ଷ ଫେସବୁକ ପୋଷ୍ଟ ମାଧ୍ୟମରେ ସେ ଡିପ୍ରେସନରେ ଥିବା ସୂଚନା ଦେଇଥିଲେ। ସୋସିଆଲ ମିଡ଼ିଆରେ ସେ ଏକ ଲାଇଭ ସେସନ କରିଥିଲେ। ଏହି ଲାଇଭ ଭିଡିଓରେ ସେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ ସେ ଡିପ୍ରେସନ ସହ ଆଉ ଲଢ଼ି ପାରିବେନି ଓ ତାଙ୍କୁ ଇଚ୍ଛା ମୃତ୍ୟୁ ଦରକାର।
{"id":398284,"sizeSlug":"large","linkDestination":"none"}ଲାଇଭ୍ ସେସନରେ ସେ କହିଥିଲେ, ସେ ଆର୍ଥିକ ଭାବେ ସ୍ୱଚ୍ଛଳ କିନ୍ତୁ ତାଙ୍କୁ ପିଲାଦିନୁ ପ୍ରତାରିତ କରାଯାଇଛି ଏବଂ ଏହାକୁ ଦୂର କରିବାରେ ସେ ଅସମର୍ଥ। ଏସବୁ ଶୁଣି ତାଙ୍କ ପ୍ରଶଂସକ ବହୁତ ଚିନ୍ତିତ ହୋଇପଡିଥିଲେ। ତାଙ୍କ ସମ୍ପର୍କରେ କିଏ କିଛି ଅପପ୍ରଚାର କିମ୍ବା ଟାହି ଟାପରା ନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। "ମୁଁ ଜଣେ ହାରି ଯାଇଥିବା ମହିଳା, ମୋର ଇଚ୍ଛା ମୃତ୍ୟୁ ଆବଶ୍ୟକ" ଏତିକି କହି ସେ ଲାଇଭ ସେସନ ଶେଷ କରିଥିଲେ।