ବରିଷ୍ଠ କନ୍ନଡ ଅଭିନେତା ଜି.କେ ଗୋବିନ୍ଦ ରାଓଙ୍କ ପରଲୋକ, ବାର୍ଦ୍ଧକ୍ୟ ଜନିତ ରୋଗରେ ଥିଲେ ଶଯ୍ୟାଶାୟୀ

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦: ଗତ କିଛି ଦିନ ଧରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କ୍ରମାଗତ ଭାବରେ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ, ଇଣ୍ଡଷ୍ଟ୍ରୀ ପାଇଁ ପୁଣି ଥରେ ଆଉ ଏକ ଖରାପ ଖବର ଆସିଛି। କନ୍ନଡ ଫିଲ୍ମ ଅଭିନେତା ତଥା ନାଟ୍ୟକାର ଜି.କେ ଗୋବିନ୍ଦା ରାଓଙ୍କ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୮୪ ବର୍ଷୀୟ ଅଭିନେତା ହବଲିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜି.କେ ଗୋବିନ୍ଦ ରାଓଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

{"width":633,"height":427}
जीके गोविंद राव का निधन

ଗୋବିନ୍ଦ ରାଓ ଥିଏଟର ଫିଲ୍ମ ସମେତ ମଞ୍ଚନାଟକରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। 'ଗ୍ରହାନା', 'ମିଥିଲ୍ୟା ସିଥିୟାରୁ', 'କର୍ଫ୍ୟୁ', 'ଅଜୁ' ଏବଂ 'ଶାସ୍ତ୍ରୀ'ରେ ତାଙ୍କ ନିଖୁଣ ଅଭିନୟ ପାଇଁ ବେଶ ଚର୍ଚ୍ଚା ସାଉଁଟିଥିଲେ । ସେହିପରି ଲୋକପ୍ରିୟ ହିନ୍ଦୀ ସିରିଏଲ 'ମାଲଗୁଡି ଡେଜ' ଏବଂ 'ମହା ପର୍ବ'ରେ ମଧ୍ୟ ଅଭିନୟ କରିଥିଲେ।

{"width":632,"height":426}
जीके गोविंद राव का निधन

ସେ ବିଭାଜନକାରୀ ରାଜନୀତିର ଖୋଲା ସମାଲୋଚକ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରାର ସମର୍ଥକ ଥିଲେ। ଏହା ବ୍ୟତୀତ ରାଓ ଅନ୍ଧବିଶ୍ୱାସୀ ବିଶ୍ୱାସକୁ ମଧ୍ୟ ବିରୋଧ କରୁଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଏଚଡି କୁମାରସ୍ୱାମୀ ଶୋକବ୍ୟକ୍ତ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.