ପୁଣି ଜଣେ ଅଭିନେତାଙ୍କ ନିଧନ : ୩୯ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଚିରଞ୍ଜିବୀ

Published By : Prameya-News7 Bureau | June 07, 2020 IST

ମୁମ୍ବାଇ ୦୭/୦୬ : କନ୍ନଡ଼ ଅଭିନେତା ଚିରଞ୍ଜୀବୀ ସର୍ଜାଙ୍କ ରବିବାର ଦିନ ୩୯ ବର୍ଷ ବୟସରେ ନିଧନ ହୋଇଛି | ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଶନିବାର ଦିନ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଏବଂ ଛାତିରେ ଯନ୍ତ୍ରଣା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଚିକିତ୍ସା ଚାଲୁଥିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା ଏବଂ ରବିବାର ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

{"id":282680,"width":580,"height":433,"sizeSlug":"large"}

ଟ୍ରେଡ଼ ଆନାଲିଷ୍ଟ ରମେଶ ଵାଲା ଚିରଞ୍ଜିବିଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ତାଙ୍କ ନିଧନର ସୂଚନା ଦେଇ ସେ ଟ୍ୱିଟ କରିଛନ୍ତି ଯେ, 'କନ୍ନଡ଼ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ହୃଦଘାତରେ ୩୯ ବର୍ଷ ବୟସରେ ନିଧନ ହୋଇଛି | ଚିରଞ୍ଜିବୀଙ୍କ ମୃତ୍ୟୁ ଖବର ତାଙ୍କୁ ଚକିତ କରି ଦେଇଛି ବୋଲି ସେ କହିଛନ୍ତି | ଅଭିନେତାଙ୍କ ଭାଇ ଧ୍ରୁବ ସର୍ଜା ଓ ପୁତୁରା ଅର୍ଜୁନ ସର୍ଜାଙ୍କ ସହ ତାଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି | ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ |'

{"id":282681,"width":576,"height":411,"sizeSlug":"large"}

ତେଲୁଗୁ ଫିଲ୍ମ ଅଭିନେତା ଅଲ୍ଲୁ ଶିରୀଶ ମଧ୍ୟ ଚିରଞ୍ଜିବୀଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି | ଚିରଞ୍ଜିବୀଙ୍କ ହଠାତ ମୃତ୍ୟୁ ଖବର ଶୁଣି ସେ ଚକିତ ହୋଇଯାଇଛନ୍ତି ବୋଲି କହିଛନ୍ତି | ଏହାସହ ସେ ଟ୍ୱିଟରରେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି |

{"id":282679,"width":575,"height":319,"sizeSlug":"large"}

ଚିରଞ୍ଜିବୀ ସର୍ଜା ଦକ୍ଷିଣ ଫିଲ୍ମ ଅଭିନେତା ଅର୍ଜୁନ ସର୍ଜାଙ୍କ ସମ୍ପର୍କୀୟ | ସେ ୨୦୧୮ ମସିହାରେ ପ୍ରେମଲୀଳା ଯୋଷାଇ ଓ ସୁନ୍ଦର ରାଜଙ୍କ ଝିଅ ମେଘନା ରାଜଙ୍କୁ ବିବାହ କରିଥିଲେ | ସେ ନିଜ ଫିଲ କ୍ୟାରିଅରରେ ୨୨ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.