ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବର ଶୁଣି ଦୁଇ ପ୍ରଶଂସକଙ୍କ ହୃଦଘାତରେ ମୃତ୍ୟୁ: ଆଉ ଜଣେ ଫାଶୀ ଲଗାଇ କଲେ ଆତ୍ମହତ୍ୟା

Published By : Prameya-News7 Bureau | October 30, 2021 IST

ବେଙ୍ଗାଲୁରୁ ୩୦/୧୦ : କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ ହେବ। ପୁନିତଙ୍କ ଝିଅ ବନ୍ଦିତା ଆଜି ଅପରାହ୍ନ ସୁଦ୍ଧା ଆମେରିକାରୁ ଭାରତରେ ଆସି ପହଞ୍ଚିବେ। ବନ୍ଦିତାଙ୍କୁ ଦିଲ୍ଲୀରୁ ବେଙ୍ଗାଲୁରୁ ଯାଏଁ ପହଞ୍ଚାଇବାକୁ ଷ୍ଟେଟ ଅଥୋରିଟି ଏକ ସ୍ପେଶାଲ ବିମାନ ବ୍ୟବସ୍ଥା କରିଛି।

{"id":535674,"sizeSlug":"full","linkDestination":"none"}

ପୁନିତଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକ ଗଭୀର ଶୋକରେ ଅଛନ୍ତି। ପ୍ରଶଂସକ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କ ପ୍ରିୟ ଅଭିନେତା ଆଉ ଏ ଦୁନିଆରେ ନାହାନ୍ତି। କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକା ମାରୋ ଗାଁରେ ୩୦ ବର୍ଷର ଜଣେ ଯୁବକଙ୍କୁ ଏହି ଖବର ଶୁଣି ହୃଦଘାତ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ମୁନିୟପ୍ପା। ପେସାରେ ସେ ଜଣେ ଚାଷୀ। ଶିନ୍ଦୋଲି ଗାଁରେ ମଧ୍ୟ ଜଣେ ପ୍ରଶଂସକଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାରଙ୍କ ଦେହାନ୍ତ ଖବର ଶୁଣି ଅଥାନି ଗାଁରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।

{"id":535677,"sizeSlug":"full","linkDestination":"none"}
Agra, India

ଶୁକ୍ରବାର ଦିନ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କର ୪୬ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ଜନତାଙ୍କ ଦର୍ଶନ ପାଇଁ କାନ୍ତିରବା ଷ୍ଟାଡିୟମରେ ରଖାଯାଇଛି। ବେଙ୍ଗାଲୁରୁରେ ରାଜକୀୟ ସମ୍ମାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପୁନିତଙ୍କ ଦେହାନ୍ତରେ ସାରା କର୍ଣ୍ଣାଟକରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟରେ ସବୁ ଥିଏଟର ବନ୍ଦ ରହିଛି। ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବାକୁ ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ଶନିବାର ଦିନ ହେବାକୁଥିବା ସୁର୍ୟାଙ୍କ ଫିଲ୍ମ ଜୟ ଭୀମ ଜ୍ୟୁକବକ୍ସ ଲଞ୍ଚ ଓ ଆରଆରଆର ଝଲକ ରିଲିଜ ସ୍ଥଗିତ କରାଯାଇଛି। ପୁନିତଙ୍କ ବଡ ଭାଇ ଶିବ ରାଜକୁମାରଙ୍କ ଫିଲ୍ମ ବଜରଙ୍ଗୀ-୨ ଶୋ' ମଧ୍ୟ ପୁରା କର୍ଣ୍ଣାଟକରେ ବାତିଲ କରାଯାଇଛି।

wp:embed {"url":"https://twitter.com/BSBommai/status/1454094286593531907?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1454094286593531907%7Ctwgr%5E%7Ctwcon%5Es1_\u0026ref_url=about%3Asrcdoc","type":"rich","providerNameSlug":"twitter","responsive":true}
https://twitter.com/BSBommai/status/1454094286593531907?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1454094286593531907%7Ctwgr%5E%7Ctwcon%5Es1_&ref_url=about%3Asrcdoc
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.