ବିଶାଳ ହୃଦୟର ଅଧିକାରୀ ଥିଲେ ଅଭିନେତା ପୁନିତ ରାଜକୁମାର: ୨୬ ଅନାଥ ଆଶ୍ରମ, ୪୫ ମାଗଣା ସ୍କୁଲ, ଆୟର ଅଧା କରୁଥିଲେ ଦାନ

Published By : Prameya-News7 Bureau | October 30, 2021 IST

ବେଙ୍ଗାଲୁରୁ ୩୦/୧୦ : କନ୍ନଡ଼ ଅଭିନେତା ତଥା ସାଉଥ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ୪୬ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ କ୍ଷତି। ପୁନିତ ରାଜକୁମାର ଦିବଙ୍ଗତ ଅଭିନେତା ରାଜକୁମାରଙ୍କ ପୁଅ। ପ୍ରଶଂସକ ମଧ୍ୟରେ ସେ 'ଅପ୍ପୁ' ନାମରେ ପରିଚିତ। ତାଙ୍କର ଅନେକ ଫ୍ୟାନ ଫଲୋୟିଙ୍ଗ ଅଛନ୍ତି। ସେ ମଧ୍ୟ ନିଜ ପ୍ରଶଂସକଙ୍କୁ ବହୁତ ଭଲପାଉଥିଲେ। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ଥିଲା।

{"id":535774,"sizeSlug":"full","linkDestination":"none"}

ପୁନିତଙ୍କ ଜନ୍ମ ୧୯୭୫ ମାର୍ଚ୍ଚ ୧୭ ତାରିଖରେ ହୋଇଥିଲା। ପୁନିତ ଶିଶୁ କଳାକାର ଭାବେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ନିଜ ଅଭିନୟ ଯୋଗୁଁ ସେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲେ। ପୁନିତ ବହୁମୁଖୀ ପ୍ରତିଭାବାନ ଥିଲେ। ସେ ୬ ବର୍ଷ ବୟସରେ ପ୍ରଥମ ଗୀତ ଗାଇଥିଲେ। ଏହି ଗୀତ ୧୯୮୨ ରେ ରିଲିଜ ହୋଇଥିଲା। ସେ ୨୯ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

{"id":535772,"sizeSlug":"full","linkDestination":"none"}

ପୁନିତ ରାଜକୁମାର ନିଜ ପିତାଙ୍କ ଭଳି ନିଜ ନେତ୍ର ଦାନ କରିଛନ୍ତି। ପ୍ରସିଦ୍ଧ ଅଭିନେତା ଡ.ରାଜକୁମାର ୧୯୯୪ ମସିହାରେ ନିଜର ପୁରା ପରିବାର ସହ ନେତ୍ର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ରେ ରାଜକୁମାରଙ୍କର ମଧ୍ୟ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା। ନେତ୍ର ଦାନ କରି ଅଭିନେତା ଏକ ଉଦାହରଣ ସୃଷ୍ଟି କରି ଲୋକଙ୍କୁ ଅପିଲ କରିଛନ୍ତି ଯେ ସେମାନେ ମଧ୍ୟ ତାଙ୍କ ପଦଚିହ୍ନରେ ଚାଲନ୍ତୁ ଓ ନେତ୍ର ଦାନ କରନ୍ତୁ ।

ଅଭିନେତା ପୁନିତ ରାଜକୁମାର କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମେଇ ନାହାନ୍ତି। ସମାଜ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ସେ ଅନେକ ସମୟରେ ଦାନ କରିଥାନ୍ତି। ଗତ ବର୍ଷ କରୋନା ମହାମାରୀ ସମୟରେ ଅଭିନେତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ। ୨୦୧୯ ରେ ଉତ୍ତର କର୍ଣ୍ଣାଟକରେ ବନ୍ୟା ଯୋଗୁଁ ଅନେକ ପରିଵାର କ୍ଷତିଗ୍ରସ୍ତ ହୋଇଥିଲେ। ପୁନିତ ସେତେବେଳେ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଥିଲେ। ସେ ଦୁଇଟି କନ୍ନଡ ମଧ୍ୟମ ବିଦ୍ୟାଳୟକୁ ମଧ୍ୟ ନିୟମିତ ଦାନ କରନ୍ତି।

{"id":535771,"width":597,"height":448,"sizeSlug":"full","linkDestination":"none"}

ସେ ନିଜ ପିତାଙ୍କ ଦ୍ୱାରା ଆରମ୍ଭ କରିଥିବା ପଦକ୍ଷେପ ଜାରି ରଖିଥିଲେ ଓ ୪୫ ଟି ମାଗଣା ବିଦ୍ୟାଳୟ, ୨୬ ଟି ଅନାଥ ଆଶ୍ରମ, ୧୯ ଗୋଶାଳା ଏବଂ ୧୬ ଟି ବୃଦ୍ଧାଶ୍ରମ ସ୍ଥାପନ କରିଥିଲେ। ସେ ୧୮୦୦ ଛାତ୍ରଙ୍କ ଶିକ୍ଷା ଦାୟିତ୍ୱ ମଧ୍ୟ ନେଇଥିଲେ। ତାଙ୍କ ରୋଜଗାରର ଅଧା ନୀରବରେ ସେ ଏହିଭଳି ବିଭିନ୍ନ ସଂସ୍ଥାକୁ ଦାନ କରିଥାନ୍ତି।

ସେ ଥିଲେ ଜଣେ ଉଜ୍ଜ୍ୱଳ ଅଭିନେତା, ଜଣେ ଚମତ୍କାର ଗାୟକ ଏବଂ ଜଣେ ଅସାଧାରଣ ମଣିଷ। ପୁନିତଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ରାଜ୍ୟ ପାଇଁ ଅସହ୍ୟ କ୍ଷତି। ସମାଜକୁ ପ୍ରତି ସେ ନମ୍ରତା ଏବଂ ମାନବିକତା ଛାଡି ଦେଇଯାଇଛନ୍ତି। ତାଙ୍କ ମୃତ୍ୟୁ କେବଳ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ ବରଂ ସମାଜ ପ୍ରତି ଏକ ଅପୂରଣୀୟ କ୍ଷତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.