ଏହି ଅଭିନେତ୍ରୀଙ୍କ ବିରୋଧରେ ହୋଇଥିଲା ବିବାହିତ ଅଭିନେତାଙ୍କ ସହ ଅବୈଧ ସମ୍ପର୍କ ଅଭିଯୋଗ, ଇଣ୍ଡଷ୍ଟ୍ରିରେ ଲାଗିଥିଲା ୩ ବର୍ଷ ବ୍ୟାନ

Published By : Prameya-News7 Bureau | August 08, 2019 IST

ଚେନ୍ନାଇ : ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଅଭିନେତ୍ରୀମାନେ ଚର୍ଚ୍ଚାରେ ଥାନ୍ତି। ଅଭିନେତ୍ରୀମାନଙ୍କର ଆଫେୟର୍ସ ଓ ଅବୈଧ ସମ୍ପର୍କ ନେଇ  ବିଭିନ୍ନ କଥା ଶୁଣିବାକୁ ମିଳିଥାଏ। ହେଲେ ଏଥିପାଇଁ ଇଣ୍ଡଷ୍ଟ୍ରି କୌଣସି ଅଭିନେତ୍ରୀଙ୍କୁ ବ୍ୟାନ କରାଯିବା କଥା କିନ୍ତୁ କେବେ ଶୁଣାଯାଇନି। ହେଲେ ଘଟଣାଟି ସତ୍ୟ। ଏଭଳି ଏକ ଅନୈତିକ ସମ୍ପର୍କ ଅଭିଯୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ଜନୈକା ଅଭିନେତ୍ରୀଙ୍କୁ ୩ ବର୍ଷ ବ୍ୟାନ କରିଥିଲା। ଏହି ଅଭିନେତ୍ରୀ ହେଉଛନ୍ତି ନିକିତା ଠୁକରାଲ। ଦର୍ଶନଙ୍କ ସହ ସମ୍ପର୍କ ନେଇ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ପରେ ଇଣ୍ଡଷ୍ଟ୍ରି ତାଙ୍କୁ ବ୍ୟାନ କରିଥିଲା।

{"id":142404,"width":582,"height":437}

ନିକିତା ୨୦୦୨ ମସିହାରେ ଦକ୍ଷିଣ ଭାରତୀୟ ଫିଲ୍ମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଦେଖୁ ଦେଖୁ ସେ ଜଣେ ଲୋକପ୍ରୀୟ ଅଭିନେତ୍ରୀ ହୋଇଯାଇଥିଲେ। ସେ ଜଣେ ଏଭଳି ଅଭିନେତ୍ରୀ ଥିଲେ ଯିଏ ଏକାଧାରରେ ତାମିଲ, କନ୍ନଡ, ତେଲଗୁ ଓ ମାଲାୟଲମ ଫିଲ୍ମରେ ଅଭିନୟ କରିପାରୁଥିଲେ। ତେବେ ଦକ୍ଷିଣ ଭାରତୀୟ ଅଭିନେତା ଦର୍ଶନଙ୍କ ସହ ଆଫେୟାର ନେଇ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଅଭିଯୋଗ ଆଣିଥିଲେ। ଏପରିକି ନିକିତାଙ୍କ ଯୋଗୁ ଦର୍ଶନ ତାଙ୍କୁ ମାରପିଟ କରୁଥିବାର ମଧ୍ୟ ଅଭିଯୋଗ କରିଥିଲେ। କନ୍ନଡ ପ୍ରଡ୍ୟୁସର ଆସୋସିଏସନ ନିକଟରେ ସେ ଅଭିଯୋଗ କରିବା ପରେ ନିକିତାଙ୍କୁ ସଂଘ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ନନେବାକୁ ନିଷିଦ୍ଧ କରିଥିଲେ।

{"id":142405}

ତେବେ ସଂଘର ନିଷିଦ୍ଧାଦେଶ ବେଶି ସମୟ ରହିପାରିନଥିଲା। ଫ୍ୟାନ୍ସ ତାଙ୍କ ସପକ୍ଷରେ ଆସିବା ଯୋଗୁ ସଂଘ ନିଜର ନିଷ୍ପତ୍ତି ବଦଳେଇବାକୁ ବାଧ୍ୟ ହୋଇଥିଲା ମାତ୍ର ୪ ଦିନ ପରେ ବ୍ୟାନ ହଟି ଯାଇଥିଲା। ତେବେ ଘଟଣା ପରେ ଆହୁରି ପ୍ରଶିଦ୍ଧ ହୋଇଯାଇଥିଲେ ନିକିତା। ଏବେ ସେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରହିଟ ଅଭିନେତ୍ରୀର ମାନ୍ୟତା ଉପଭୋଗ କରୁଥିବା ବେଳେ ହାତରେ ମଧ୍ୟ ବେଶ ଫିଲ୍ମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.