Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବେଙ୍ଗାଲୁରୁ ଡଗ୍ସ ମାମଲା: ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ପୋଲିସ୍ ହେପାଜତରେ ରହିବେ ରାଗିଣୀ ଦ୍ବିବେଦୀଙ୍କ ସମେତ ୪ ଅଭିଯୁକ୍ତ

12/09/2020 at 3:39 PM

ବେଙ୍ଗାଲୁରୁ ୧୨/୦୯: ବେଙ୍ଗାଲୁରୁ ସ୍ୟାଣ୍ଡେଲ ଉଡ୍ ଡଗ୍ସ ମାମଲାରେ କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କୁ ପୋଲିସ୍ ଗିରଫ କରିଥିଲା। ଏବେ ସେ ପୋଲିସ୍ ହେପାଜରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ରହିବେ। କେବଳ ରାଗିଣୀ ନୁହଁନ୍ତି ତାଙ୍କ ସହ ଆଉ ଚାରି ଜଣ ମଧ୍ୟ ପୋଲିସ୍ ହେପାଜରେ ରହିବେ। ସୋମାନେ ହେଲେ  ସଞ୍ଜନା ଗଲରାନୀ,ରାହୁଲ, ରବିଶଙ୍କର, ନିୟାଜ । ଜଏଣ୍ଟ ସିପି ଅପରାଧ ଶାଖାର ସନ୍ଦୀପ ପାଟିଲ ଏହି ସୂଚନା ଆଜି ଦେଇଛନ୍ତି।

ଏହା ସହ ସମ୍ପୃକ୍ତ ତଥା ଡଗ୍ସ ଅଭିଯୋଗ ମାମଲାରେ ଆଉ ଜଣେ ଅଭିଯୁକ୍ତ ବୈଭବ ଜୈନଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ପୂର୍ବରୁ ସେପ୍ଟେମ୍ବର ୪ ତାରିଖରେ ସିସିବି  ରାଗିଣୀ ଦ୍ବିବେଦୀ ଓ ଦୁଇ ଜଣଙ୍କୁ ଗିରଫ କରିଥିଲା। ରାଗିଣୀଙ୍କୁ ଗିରଫ କରିବା ପୂର୍ବରୁ ସିସିବି ତାଙ୍କ ଘରେ ଚଢ଼ଉ କରି ଘରର ତଲାଶି ନେଇଥିଲା। ଏପରିକି ତାଙ୍କ କାରର ତଲାଶି ନେବାକୁ ପଛାଇ ନ ଥିଲା।

ସକାଳ ୬ଟାରେ ରାଗିଣୀଙ୍କ ଘରେ ପହଞ୍ଚି ପୋଲିସ୍ ତଲାଶି ନେବା ପରେ ଦ୍ବିପହରେ ଅଫିସରେ ବହୁ ସମୟ ପଚରାଉଚରା କରିଥିଲା। ରାଗିଣୀଙ୍କ ଜନ୍ମ ବେଙ୍ଗାଲୁରୁରେ ହୋଇଥିବା ବେଳେ ତାଙ୍କ ପରିବାର ହରିଆଣାରେ ରହନ୍ତି। ୨୦୦୯ରେ ରାଗିଣୀ ଅଭିନୟ ଜଗତରେ ପାଦ ଥାପିଥିଲେ।

   Related Posts