Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଡ୍ରଗ୍ସ ମାମଲାରେ ଫସିଲେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ, ଉଠାଇ ନେଲା ପୋଲିସ୍ ଏବେ ଚାଲିଛି ଜେରା

4/09/2020 at 6:02 PM

ବେଙ୍ଗାଲୁରୁ ୦୪/୦୯: ସୁଶାନ୍ତ ସିଂହ ରାଜପୁତମାମଲାରେ ଡ୍ରଗ୍ ଲିଙ୍କ୍ ସାମ୍ନାକୁ ଆସିବା ପରେ ତମାମ ଯାଞ୍ଚ ଏଜେନ୍ସି ତନାଘନାରେ ଲାଗିପଡ଼ିଛନ୍ତି। ଏବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଜଣେ ଅଭିନେତ୍ରୀଙ୍କ ଡ୍ରଗ୍ ଲିଙ୍କ ସାମ୍ନାକୁ ଆସିଛି। କେନ୍ଦ୍ର ଅପରାଧ ଶାଖା (ସିସିବି) କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଚଢ଼ଉ କରିଛି। ଏହା ସହ ତାଙ୍କୁ ପୋଳିସ୍ ଜେରା ପାଇଁ ନେଇଛି।

ଘର ସମେତ ଇନୋଭା କାର ବି ତଲାଶି ନିଅାଯାଇଛି। ମାତ୍ର କିଛି ଡ୍ରଗ୍ ମିଳି ନାହିଁ। ସେଠାରୁ କେବଳ ମଦ ବୋତଲ ମିଳିଥିବା ସିସିବି ପକ୍ଷରୁ ଜଣାପଡ଼ିଛି।

ଅଭିନେତ୍ରୀଙ୍କ ଘରେ ସଚର୍ର୍ ଅପରେଶନ ଜାରି ରହିଛି। ଏହା ପୂର୍ବରୁ ସିସିବି ଅଭିନେତ୍ରୀଙ୍କୁ ସମନ କରିଥିଲା। ଅଭିନେତ୍ରୀ ପ୍ରଥମେ ସିସିବି ଅଫିସରଙ୍କ ପାଖରେ ହାଜର ହେବା ପାଇଁ ସମୟ ମାଗିଥିଲେ କିନ୍ତୁ ତାଙ୍କ ଅନୁରୋଧକୁ ଖାରଜ କରିଥିଲେ ପୋଲିସ୍। ତାଙ୍କ ବନ୍ଧୁ ରବି ଶଙ୍କରକୁ ଗିରଫ କରିବା ପରେ ରାଗିଣୀଙ୍କୁ ଜେରା ପାଇଁ ଡକାଯାଇଥିଲା। ତେବେ ରବିଙ୍କୁ ପୋଲିସ୍ ୫ ଦିନିଅା ରିମାଣ୍ଡରେ ନେଇଛି।

ରାଗିଣୀଙ୍କ ଘରେ ରବି ପାଟିର୍ର୍ କରୁଥିବାରୁ ନିହାତି ଡ୍ରଗ୍ କାରାବାର ହେଉଥିବା ନେଇ ସିସିବି ସନ୍ଦେହ କରୁଛି। ରବି ୨୦୧୮ରୁ ଡଗ୍ର ପେଡଲର ପ୍ରତୀକ ସେଟ୍ଟୀଙ୍କ ଠାରୁ ଡ୍ରଗ୍ ନେଉଥିଲେ। ୨୦୧୮ରେ ପ୍ରତୀକଙ୍କ ଘରେ ପୋଲି୍ସ୍ ରେଡ୍ କରି ୧.୫ କୋଟି ଟଙ୍କା କୋକାଏନ୍ ଓ ଏମଡିଏମଏ ଜବତ କରିଥିଲା। ଏହା ସହ ପ୍ରତୀକଙ୍କୁ ପୋଲିସ୍ ଗିରଫ କରିଥିଲା।

   Related Posts