ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ଦେହାନ୍ତ

Published By : Prameya-News7 Bureau | October 29, 2021 IST

ବେଙ୍ଗାଲୁରୁ ୨୯/୧୦ : କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ହୃଦଘାତ ପରେ ତାଙ୍କୁ ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୬ ବର୍ଷ ବୟସରେ ଅଭିନେତାଙ୍କ ଦେହାନ୍ତ ହୋଇଛି। ସେ କନ୍ନଡ଼ ସୁପରଷ୍ଟାର ଭାବେ ଜଣାଶୁଣା। ପୁନିତ ଦିବଂଗତ ଅଭିନେତା ରାଜକୁମାରଙ୍କ ପୁଅ ଥିଲେ ଓ ପ୍ରଶଂସକଙ୍କ ମଧ୍ୟରେ 'ଅପ୍ପୁ' ନାମରେ ଲୋକପ୍ରିୟ ଥିଲେ।

କ୍ରିକେଟର ଭେଙ୍କଟେସ ଟ୍ୱିଟ କରି କହିଛନ୍ତି, 'ପୁନିତ ରାଜକୁମାରଙ୍କ ଦେହାନ୍ତ ହୋଇଛି। ତାଙ୍କ ପରିବାର, ବନ୍ଧୁ ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ସମବେଦନା। ପ୍ରଶଂସକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ ଏବଂ ତାଙ୍କ ପରିବାରକୁ ସହଯୋଗ କରନ୍ତି।'

{"id":535135,"sizeSlug":"full","linkDestination":"none"}

ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲର ଡାକ୍ତର ରଙ୍ଗନାଥ ନାୟକ କହିଛନ୍ତି ଯେ, ଅଭିନେତା ପୁନିତ ରାଜକୁମାରଙ୍କୁ ସକାଳ ସାଢେ ୧୧ ତା ସମୟରେ ଛାତିରେ ଯନ୍ତ୍ରଣା ଅନୁଭୂତ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ହସ୍ପିଟାଲ ଅଣାଯିବା ସମୟରେ ତାଙ୍କ ସ୍ଥିତି ଗମ୍ଭୀର ଥିଲା। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ତାଙ୍କୁ ବଞ୍ଚାଇ ହେଲାନାହିଁ।

ପୁନିତ ରାଜକୁମାର ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ନାଁ କନ୍ନଡ଼ ଫିଲ୍ମ ଜଗତରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ମଧ୍ୟରେ ସାମିଲ ଅଛି। ୧୯୮୬ ମସିହାରେ ସେ ଶିଶୁ କଳାକାର ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.