ପୁଣି ଜଣେ ଅଭିନେତା ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍, ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | July 16, 2020 IST

ମୁମ୍ବାଇ ୧୬/୦୭ : କରୋନା ସଂକ୍ରମଣ ଯୋଗୁ ସାରା ଦେଶ ଚିନ୍ତିତ | ଦେଶରେ ଅନେକ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | କନ୍ନଡ଼ ଅଭିନେତା ଧ୍ରୁବ ସର୍ଜା ଓ ତାଙ୍କ ପତ୍ନୀ ପ୍ରେରଣା ଶଙ୍କର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଉଭୟ ଚିକିତ୍ସା ପାଇଁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଧ୍ରୁବ ସର୍ଜା ଚିରଞ୍ଜିବୀ ସର୍ଜାଙ୍କ ସାନ ଭାଇ | ଜୁନ ୭ ତାରିଖରେ ୩୯ ବର୍ଷ ବୟସରେ ହୃଦଘାତରେ ଚିରଞ୍ଜିବୀ ସର୍ଜାଙ୍କ ମୃତ୍ୟୁ ହୋଇଥିଲା | ଧ୍ରୁବ ସର୍ଜା ନିଜେ କରୋନା ପଜିଟିଭ୍ ହୋଇଥିବା ଟ୍ୱିଟର ଟ୍ୱିଟ କରି ସୂଚନା ଦେଇଛନ୍ତି |

{"id":301127,"sizeSlug":"large"}

ଅଭିନେତା ଧ୍ରୁବ ସର୍ଜା ଟ୍ୱିଟ କରି କହିଛନ୍ତି ଯେ, 'ମୁଁ ଓ ମୋ ପତ୍ନୀ ସାମାନ୍ୟ ଲକ୍ଷଣ ସହିତ କରୋନା ପଜିଟିଭ୍ ଚିହ୍ନଟ ହୋଇଛୁ | ଆମେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛୁ | ଆମେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବୁ ବୋଲି ମୋର ବିଶ୍ୱାସ | ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ |' ଧ୍ରୁବଙ୍କ ଟ୍ୱିଟ ପରେ ତାଙ୍କ ପ୍ରଶଂସକ ସେ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି | ଧ୍ରୁବ ୨୦୧୨ ମସିହାରେ ଫିଲ୍ମ ଅଧୁରୀରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ଏହି ଫିଲ୍ମ ପାଇଁ ତାଙ୍କୁ ୩ଟି ଅଲଗା ଅଲଗା ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

wp:core-embed/twitter {"url":"https://twitter.com/DhruvaSarja/status/1283322008965648384","type":"rich","providerNameSlug":"twitter","className":""}
https://twitter.com/DhruvaSarja/status/1283322008965648384
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.