ମିଳିଲା କନିକା କପୁରଙ୍କ ଦ୍ୱିତୀୟ COVID-19 ଟେଷ୍ଟ ରିପୋର୍ଟ, ଏବେବି ଅଛନ୍ତି ପଜେଟିଭ୍

Published By : Prameya-News7 Bureau | March 23, 2020 IST

ଲକ୍ଷ୍ନୌ ୨୩।୩: ବଲିଉଡ୍ ଗାୟିକା କନିକା କପୁରଙ୍କ ଦ୍ୱିତୀୟ ସିଓଭିଆଇଡି-୧୯ ରିପୋର୍ଟ ସୋମବାର ମିଳିଛି। ସଞ୍ଜୟ ଗାନ୍ଧି ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଏସଜିପିଜିଆଇ)ରେ ଏହି ପରୀକ୍ଷଣ କରାଯାଇଥିବା ବେଳେ ତାହା ପଜେଟିଭ ମିଳିଛି। ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ନେଇ ଡାକ୍ତରୀ ରିପୋର୍ଟକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ। ଏଣୁ ଦ୍ୱିତୀୟବାର ତାଙ୍କର ରିପୋର୍ଟ କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି।

{"id":243082,"sizeSlug":"large"}

ସେପଟେ ଗତ କିଛି ଦିନ ହେଲା କନିକାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କର ଏବେ ପୋଲିସ ଅନୁସନ୍ଧାନ ଚଳାଇଛି। ସେ ବ୍ରିଟେନରୁ ଫେରିବା ପରେ ଏଠାରେ ୩ଟି କାର୍ଯ୍ୟକ୍ରମରେ କନିକା ଯୋଗଦେଇଥିବା ବେଳେ ତାଙ୍କ ସହ ପ୍ରାୟ ୧୬୦ ଜଣ ସମ୍ପର୍କରେ ଆସିଥିବା ଆକଳନ କରାଯାଉଛି। ଏଣୁ ସରୋଜିନୀ ନଗର ଥାନା ପୋଲିସ ତାଙ୍କ ବିରୋଧରେ ଖାମଖିଆଲି ଯୋଗୁ ଦଣ୍ଡବିଧି ଆଇନର ୧୮୮, ୨୬୯ ଓ ୨୭୦ ଧାରାରେ ଏଫଆଇଆର ରୁଜୁ କରିଥିଲା।

{"id":243083,"width":582,"height":383,"sizeSlug":"large"}

ଲକ୍ଷ୍ନୌ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ପୋଲିସ ଏହି ଏତଲା ରୁଜୁ କରି ଏବେ ତଦନ୍ତ ଜାରି ରଖିଛି। ତେବେ କରୋନା ପଜେଟିଭ ଜଣାପଡିବା ପରେ କନିକାଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡା ନଜର ରଖିଛନ୍ତି ଡାକ୍ତର। ଆଇସୋଲେସନରେ ରହିବା ଲାଗି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.