ଏବେ ତ୍ରାହି ପାଇଲେ କନିକା, ୫ମ କରୋନା ଟେଷ୍ଟ ରିପୋର୍ଟ ଆସିଲା ନେଗେଟିଭ

Published By : Prameya-News7 Bureau | April 04, 2020 IST

ଲକ୍ଷ୍ନୌ ୪।୪: ବଲିଉଡ୍ ଗାୟିକା କନିକା କପୁର ଦୀର୍ଘ ଦିନ ଧରି କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଇଁ ଏକ ଭଲ ଖବର । PGIରେ କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଏହାପୂର୍ବରୁ ତାଙ୍କର ରିପୋର୍ଟ କ୍ରମାଗତ ଭାବରେ ପଜିଟିଭ ଆସିଥିଲା । ଏଭଳି ପରିସ୍ଥିତିରେ କନିକା ଏବଂ ତାଙ୍କ ପରିବାର ପାଇଁ ଏହା ଏକ ଖୁସିର ଖବର ।

{"id":249019,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ କନିକା କପୁରଙ୍କର ୫ଥର କରୋନା ପରୀକ୍ଷଣ କରାଯାଇଛି । ଗୋଟିଏ ପରୀକ୍ଷା KGMUରେ ହୋଇଥିବାବେଳେ ଅବଶିଷ୍ଟ ୪ଟି ପରୀକ୍ଷା PGIରେ କରାଯାଇଥିଲା । ବର୍ତ୍ତମାନ କରାଯାଇଥିବା ୫ମ ପରୀକ୍ଷଣରେ କନିକା କପୁରଙ୍କଠାରେ କରୋନାର କୌଣସି ଲକ୍ଷଣ ମିଳିନାହିଁ । ଯଦି କନିକା କପୁରଙ୍କ ପରବର୍ତ୍ତି ଟେଷ୍ଟ ରିପୋର୍ଟ ନେଗେଟିଭ ଆସେ ତେବେ ତାଙ୍କୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

{"id":249020,"sizeSlug":"large"}

ତେବେ କନିକା କପୁରଙ୍କ ଅବସ୍ଥା ସୁଧୁରୁଥିବା ପୂର୍ବରୁ PGI ନିର୍ଦ୍ଦେଶକ ଆର.କେ. ଧିମାନ ସୂଚନା ଦେଇଥିଲେ । ସେ କହିଥିଲେ ଯେ କନିକା କପୁରଙ୍କ ଅବସ୍ଥା ସ୍ବାଭାବିକ ରହିଛି । ସେ ସାଧାରଣ ଖାଦ୍ୟ ଖାଉଛନ୍ତି ଏବଂ ପିଉଛନ୍ତି । ତାଙ୍କଠାରେ କରୋନାର କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଉନାହିଁ ।

{"id":249022,"sizeSlug":"large"}

କିନ୍ତୁ ସେତେବେଳେ କନିକା କପୁରଙ୍କୁ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ ତାଙ୍କ ପରିବାରଲୋକ ବହୁତ ଚିନ୍ତିତ ଥିଲେ । କିନ୍ତୁ ବର୍ତ୍ତମାନ କନିକା କପୁରଙ୍କ ଅବସ୍ଥା ସୁଧୁରୁଛି ଏବଂ ପ୍ରଥମ ଥର ପାଇଁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

wp:html https://twitter.com/ANI/status/1246425653374619655?s=19 /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.