କନିଅର ମଞ୍ଜି ଖାଇ ଜୀବନ ହାରି ଦେଲେ ଯୁବକ

Published By : Prameya-News7 Bureau | June 25, 2020 IST

ପାଟଣା୨୫/୬: ପାରିବାରିକ କଳହରୁ ଜୀବନ ହାରି ଦେଲେ ଯୁବକ। ରାଗରେ କନିଅର ମଞ୍ଜି ଖାଇ ଯୁବକ କଲେ ଆତ୍ମହତ୍ୟା। ମିଳିଥିବା ସୂଚନା ଅନୁସାରେ ଯୁବକ ଓ ତାଙ୍କ ଖୁଡ଼ିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାରେ ରାଗି ଯୁବକ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଲେଖନା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ମୃତ ଯୁବକ ବିବାହିତ। ତାଙ୍କ ନାଁ ରଣଜିତ ମୁଣ୍ଡା। ସୂଚନା ଅନୁଯାୟୀ ରଣଜିତ  ନିଜ ଖୁଡିଙ୍କ ସହିତ ପାରିବାରିକ ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.