ବିମାନ ବନ୍ଦରରେ ଜାତୀୟତା ପଚାରି ଦେଲା CISF, ହିନ୍ଦୀକୁ ନେଇ ଟ୍ୱିଟରରେ ବର୍ଷିରେ କନି ମୋଝି

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୯।୮: ଦ୍ରାବିଡ ମୁନିତ୍ର କଡଗମ (ଡିଏମକେ) ନେତ୍ରୀ କନି ମୋଝି ହିନ୍ଦୀକୁ ନେଇ ତାଙ୍କ ସହ ଘଟିଥିବା ଏକ ଘଟଣା ଟ୍ୱିଟରେ ସେୟାର କରିଛନ୍ତି। ରବିବାର ମୋଝି ସେୟାର କରିଥିବା ଟ୍ୱିଟ୍‌ରେ ସେ ହିନ୍ଦୀ କହି ନ ପାରିବାରୁ ସିଆଇଏସଏଫ ଅଧିକାରୀ ତାଙ୍କୁ ଭାରତୀୟ ନୁହନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ସେ ତାଙ୍କ ପୋଷ୍ଟରେ କଡ଼ା ଆପତ୍ତି କରିଛନ୍ତି ଓ ଭାରତୀୟ ହେବା ଲାଗି ହିନ୍ଦୀ ଶିଖିବା ଜରୁରି କି ବୋଲି ପ୍ରଶ୍ନ କରିଛନ୍ତି।

wp:html /wp:html

ତେବେ ମୋଝି ତାଙ୍କ ସହ ଏପରି ଘଟଣା କେଉଁଠି ଘଟିଛି ଓ ସିଆଇଏସଏଫ ଅଧିକାରୀ କିଏ ତାହା ସ୍ପଷ୍ଟ କରିନାହାନ୍ତି। ସେହିପରି କେଉଁ ଏୟାରପୋର୍ଟରେ ଏପରି ପରିସ୍ଥିତି ଉପୁଜିଥିଲା ତାହା ମଧ୍ୟ ସୂଚିତ କରିନାହାନ୍ତି। ତେବେ ସେ ଅଧିକାରୀଙ୍କୁ ତାମିଲ ଅଥବା ଇଂରାଜୀରେ କଥା ହେବାକୁ କହିବାରୁ ସେ ତାଙ୍କର ଜାତୀୟତା ନେଇ ପ୍ରଶ୍ନ ଉଠାଇଥିବାର ଉଲ୍ଲେଖ କରିଛନ୍ତି।

{"id":312205,"width":578,"height":342,"sizeSlug":"large"}

ତେବେ ଡିଏମକେ ନେତ୍ରୀ ତାଙ୍କ ସହ ଘଟିଥିବା ଘଟଣାକୁ ତାଙ୍କ ଉପରେ ହିନ୍ଦୀ ଥୋପା ଯାଉଥିବାର ଅଭିଯୋଗ କରିଛନ୍ତି।   ତାମିଲନାଡୁରେ ପ୍ରାୟତଃ ଭାଷାକୁ ନେଇ ରାଜନୀତି ହୋଇଥାଏ। ରାଜ୍ୟର ସବୁ ରାଜନୈତିକ ଦଳ ଅନେକ ବାର ଏ ନେଇ କେନ୍ଦ୍ର ସରକାର ଓ ଉତ୍ତରଭାରତକୁ ଦାୟି ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.