Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବନ୍ଧା ହେଲା ବହୁରୂପୀ କାହ୍ନୁ: କେତେବେଳେ ଅଫିସର ତ ପୁଣି କେତେବେଳେ ନିଜକୁ ନେତା-ମନ୍ତ୍ରୀଙ୍କ ପାଖ ଲୋକ କହି ଲୋକଙ୍କୁ ଠକୁଥିଲା

19/11/2020 at 6:59 PM

ଟାଙ୍ଗୀ୧୯/୧୧: କାହ୍ନୁର ଖେଳ ଖତମ୍। ନୟାଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କାହ୍ନୁକୁ ଗିରଫ କରିଛି ପୋଲିସ୍। ବିଭିନ୍ନ ଠକେଇ ଅଭିଯୋଗରେ ଚାନ୍ଦପୁର ପୋଲିସ୍ ତାଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଟାଙ୍ଗୀ ଗ୍ରାମର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘ ବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଟାଙ୍ଗି ଥାନା ଅଞ୍ଚଳରେ ନିଜର କାୟା ବିସ୍ତାର କରି ଚାଲିଥିଲା।

ହୋମ୍ ଡିପାଟ୍‌ମେଣ୍ଟର ସେକ୍ରେଟେରୀ ବୋଲି କାହ୍ନୁ ନିଜକୁ ପରିଚୟ ଦିଅନ୍ତି। ଖାଲି ସେତିକି ନୁହେଁ, କେତେବେଳେ ନିଜକୁ ଶିକ୍ଷା ବିଭାଗର ସଚିବ ତ ପୁଣି କେତେବେଳେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କହି ଲୋକଙ୍କୁ ଚୂନ ମାରୁଥିଲେ। ପୁଣି କେତେ​‌ବେଳେ ନିଜର ପରିଚୟ ବଦଳାଇ ଦିଅନ୍ତି, ଆଉ କୁହନ୍ତି, ମୁଁ ନେତା- ମନ୍ତ୍ରୀଙ୍କ ପାଖ ଲୋକ। ଲୋକଙ୍କ କାମ କରିଦେବେ କହି ସେମାନଙ୍କୁ ଲୁଟି ଚାଲିଥିଲେ। ଏମିତି କହି ଲୋକଙ୍କୁ ଠକି ଆସୁଥିବା କାହ୍ନୁକୁ କଟକରୁ ପୋଲିସ୍ ଗିରଫ କରିଛି।  

ଦୀର୍ଘ ୪ ମାସ ହେବ କାହ୍ନୁକୁ ଧରିବାକୁ ପୋଲିସ୍ ଜାଲ ବିଛାଇଥିଲା। ଶେଷରେ କଟକରୁ ତାକୁ ଗିରଫ କରାଯାଇଛି। ଗିରଫ ବେଳେ ତାଠୁ ବିଭିନ୍ନ ପ୍ରକାର ନକଲି ପରିଚୟ ପତ୍ର, ଏକାଧିକ ବ୍ୟାଙ୍କ ପାସ୍‌ବୁକ ବହି ଏବଂ ୨ଟି ଦାମି କାର ଜବତ କରି ପୋଲିସ୍। ଲୋକଙ୍କଠୁ ଠକି ନେଇଥିବା ଟଙ୍କାକୁ ସେ ବିଭିନ୍ନ ସ୍ଥାନରେ ଇନ୍‌ଭେଷ୍ଟ କରିଥିଲେ। ସେହି ସବୁ ସ୍ଥାନରେ ପୋଲିସ୍ ଚଢ଼ାଉ କରିବା ସହ ଜବତ ନଗଦ ୫ ଲକ୍ଷ ଟଙ୍କା ଆଦାଲତରେ ଦାଖଲ କରିଛି। ଏ ଘଟଣା ସଂପର୍କରେ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ସୂଚନା ଦେଇଛନ୍ତି।

   Related Posts