Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରଜେଡି ସହ ବାମ ଦଳଙ୍କ ଡିଲ ଫାଇନାଲ, ତେଜସ୍ୱୀଙ୍କ ଲାଗି ପ୍ରଚାର କରିବେ କହ୍ନେୟା କୁମାର

28/08/2020 at 5:40 PM

ପାଟନା ୨୮।୮: ପାଖଉଛି ବିହାର ବିଧାନସଭା ନିର୍ବାଚନ। ହାତରେ ସମୟ ଏବେ କମ୍‌ ଏଣୁ ରାଜନୈତିକ ଦଳଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଦେଲାଣି। ଅସ୍ପଷ୍ଟ ରାଜନୈତିକ ଛବି ଏବେ ସଫା ହେବାରେ ଲାଗିଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ମାଁଝୀଙ୍କୁ ମହାମେଣ୍ଟ ଛାଡିବାକୁ ବାଧ୍ୟ କରିଥିବା ଆରଜେଡି ଏଥର ନିର୍ବାଚନରେ ବାମପନ୍ଥୀ ଦଳଙ୍କୁ ନୂଆ ସାଥୀ କରିଛି। ଏଥିଲାଗି ବାମ ପନ୍ଥୀଦଳ ତେଜସ୍ୱୀଙ୍କ ସହ ସବୁ ପ୍ରସ୍ତାବରେ ସହମତ ହେଉଥିବା ଦେଖାଯାଉଛି। ତେବେ ବାମଦଳ ନେତାଙ୍କ ସହ ତେଜସ୍ୱୀଙ୍କର ଏପର୍ଯ୍ୟନ୍ତ ସାକ୍ଷାତ ଆଲୋଚନା ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ ବାମ ଦଳ ନେତାମାନେ ଗତ ୩ ଦିନରେ ୨ ଥର ଆରଜେଡି ଅଫିସ ବୁଲିଗଲେଣି। ଶୁକ୍ରବାର ସିପିଆଇ ନେତା ରାମନରେଶ ପାଣ୍ଡେୟ, ସିପିଏମ ନେତା ଅବଧେଶ କୁମାର ଓ ସଞ୍ଜୟ ଯାଦବ ଆରଜେଡି ରାଜ୍ୟସଭାପତି ଜଗଦାନନ୍ଦ ସିଂହଙ୍କୁ ଭେଟିଥିବା ଜଣାପଡିଛି। ପୂର୍ବରୁ ଏମାନେ ଆରଜେଡି ବିରୋଧରେ ଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ୨୪୩ ଆସନରେ ତେଜସ୍ୱୀଙ୍କ ସହ ଆରଜେଡି ସପକ୍ଷରେ ଚିଡା ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ତେଜସ୍ୱୀଙ୍କ ଲାଗି କହ୍ନେୟା ସାରା ରାଜ୍ୟରେ ପ୍ରଚାର କରିବେ ବୋଲି ମଧ୍ୟ ଏହି ନେତାମାନେ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବାମପନ୍ଥୀ ନେତାମାନେ ଜଗଦାନନ୍ଦଙ୍କ ଭେଟିଥିଲେ। ଏହିସାକ୍ଷାତ ଆଲୋଚନା ପରେ ବାମ ଦଳ ମହାମେଣ୍ଟ ସପକ୍ଷରେ ଥିବା କୁହାଯାଉଥିଲା। ହେଲେ ଏପର୍ଯ୍ୟନ୍ତ ସେମାନଙ୍କର ଆସନ ବୁଝାମଣା ହୋଇପାରିନାହିଁ।   

   Related Posts