"ଧନ୍ୟବାଦ କେଜ୍ରିଓ୍ବାଲ ଜି... ସତ୍ୟ ମେବ୍ ଜୟତେ" : ଦେଶଦ୍ରୋହ ମାମଲା ପାଇଁ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ପରେ କହ୍ନେୟା କୁମାରଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୦୨: ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘର ପୂର୍ବତନ ସଭାପତି ଓ ସିପିଆଇ ନେତା କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ । କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଦେଶ ବିରୋଧୀ ଶ୍ଲୋଗାନ ଦେଇଥିବାରୁ ତାଙ୍କ ନାମରେ ଏହି ମାମଲା ଚାଲିବ ପାଇଁ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି । ତେବେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବାକୁ ନେଇ ଦିଲ୍ଲୀ ସରକାରଙ୍କୁ କଟାକ୍ଷ କରି ଧନ୍ୟବାଦ ଜଣାଇଛନ୍ତି କହ୍ନେୟା କୁମାର ।

wp:core-embed/twitter {"url":"https://twitter.com/kanhaiyakumar/status/1233420569304915968","type":"rich","providerNameSlug":"twitter","className":""}
https://twitter.com/kanhaiyakumar/status/1233420569304915968
/wp:core-embed/twitter

ନିଜ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବାକୁ ନେଇ ଦିଲ୍ଲୀର କେଜ୍ରିଓ୍ବାଲ ସରକାରଙ୍କୁ କଟାକ୍ଷ କରିଛନ୍ତି କହ୍ନେହ କୁମାର । ସେ ଟ୍ବିଟ୍‌ କରି କହିଛନ୍ତି ଯେ, ମୋ ବିରୋଧରେ ଦେଶଦ୍ରୋହ ମାମଲା ଚଲାଇବାକୁ ଅନୁମତି ଦେଇଥିବାରୁ କେଜ୍ରିଓ୍ବାଲ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ମାମଲାକୁ ଫାଷ୍ଟ୍ର ଟ୍ରାକ୍‌ କୋର୍ଟରେ ସ୍ପିଡ ଟ୍ରାଏଲ କରାଯାଉ ଲେଖିଛନ୍ତି ।

wp:core-embed/twitter {"url":"https://twitter.com/kanhaiyakumar/status/1233420567023255552","type":"rich","providerNameSlug":"twitter","className":""}
https://twitter.com/kanhaiyakumar/status/1233420567023255552
/wp:core-embed/twitter

ଗୁରୁବାର ଦିନ ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଜେଏନ୍‌ୟୁ ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ଉପରେ ଦେଶଦ୍ରୋହ ମାମଲା ଚାଲିବା ପାଇଁ ମଂଜୁରୀ ଦେଇଛନ୍ତି । ଦିଲ୍ଲୀ ସ୍ପେଶାଲ ସେଲ୍‌ କେଜ୍ରିଓ୍ବାଲ୍‌ ସରକାରଙ୍କୁ କହ୍ନେୟା କୁମାରଙ୍କ ବିରୋଧରେ କେସ୍‌ ଚଲାଇବା ପାଇଁ ଅନୁମତି ମାଗିଥିଲେ । ବହୁଦିନ ଧରି ଏ ସମ୍ପର୍କିତ ମାମଲାର ଫାଇଲ୍‌ ଅଟକି ରହିଥିଲା ।

{"id":230615,"sizeSlug":"large"}

କିଛି ଦିନ ତଳେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୋଲିସର ସ୍ପୋଶାଲ ସେଲ୍‌କୁ ନିର୍ଦ୍ଦେଶ ଦେଇଥିଲେ ଯେ, କେଜ୍ରିଓ୍ବାଲ ସରକାର ଏହି ମାମଲାରେ ନିଜ ପକ୍ଷ ରଖନ୍ତୁ । ଏହାପରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ପୁଣି ଥରେ ଚିଠି ଲେଖି କେଜ୍ରିଓ୍ବାଲ ସରକାରଙ୍କୁ କେସ୍‌ ଚଲାଇବା ପାଇଁ ଅନୁମତି ମାଗିଥିଲେ । ଏବେ ଗୁରୁବାର ଦିନ କେଜ୍ରିଓ୍ବାଲ ସରକାର କହ୍ନେୟା କୁମାରଙ୍କ ସମେତ ୮ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ଚାଲିବାକୁ ଅନୁମତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.