Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

‘ମୋତେ ବାରମ୍ବାର ଦେଶଦ୍ରୋହୀ କହିଲେ ମୁଁ ବିଜେପିକୁ ଚାଲିଯିବି’, ତାପରେ…

13/10/2020 at 5:31 PM

ପାଟନା, ୧୩୧୦:   ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବେ ବିହାରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ସୋମବାର ବଖେରୀ ଓ ତେଘଡା ଆସନରୁ ସିପିଆଇର ପ୍ରାର୍ଥୀ ନାମାଙ୍କାନ ଦାଖଲ କରିଛନ୍ତି । ଏହି ସମୟରେ କହ୍ନେୟା କୁମାର ମଧ୍ୟ ଉପସ୍ଥିତ ଥିଲେ ।

ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପରେ କହ୍ନେୟା ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ୨୦୧୫ ବିଧାନସଭା ନିର୍ବାଚନରେ ଲୋକମାନେ ଆରଜେଡି, ଜେଡିୟୁ ଓ କଂଗ୍ରେସ ମେଣ୍ଟକୁ ଭୋଟ୍ ଦେଇଥିଲେ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଛିଥିଲେ । କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଇଥିଲା । ଏପରି ଲୋକଙ୍କୁ ଭୋଟ୍ ଦେବା ଉଚିତ୍ ଯିଏକି ପରେ ବଦଳି ଯିବ ନାହିଁ । ପୂର୍ବରୁ ଇଭିଏମ ହ୍ୟାକ୍ ହେଉଥିବା ଅଭିଯୋଗ ହେଉଥିଲା । ଏବେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଉଚି । ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିଲେ ତାଙ୍କୁ ବିଜେପି ଅପମାନ ଦେଉଥିଲା । ଏବେ ପ୍ରଶଂସାରେ ପୋତି ପକାଉଛି ।

ସେ ଆହୁରି କହିଛନ୍ତି ଯେ, ତାଙ୍କୁ ଅନେକ ଦେଶଦ୍ରୋହୀ କହୁଛନ୍ତି । ଏପରି କହିଲେ ସେ ବିଜେପିରେ ସାମିଲ ହେବେ ଓ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଉଠାଇ ନିଆଯିବ । ଜନତା ଏବେ ବୁଝି ସାରିଛନ୍ତି । ଜନତା ବିକାଶକୁ ନେଇ ଭୋଟ୍ ଦେବେ ବୋଲି କହ୍ନେୟା କହିଛନ୍ତି ।

ସୂଚନାଯୋଗ୍ୟ, ବିହାରରେ ସିପିଆଇ ଆରଜେଡିର ନେତୃତ୍ୱରେ ମହାଗଠବନ୍ଧନରେ ସାମିଲ ହୋଇଛି ।

   Related Posts