Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆସନ୍ତା ୨୮ରେ କଂଗ୍ରେସ ଦଳରେ ସାମିଲ ହେବେ ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀ

25/09/2021 at 3:42 PM

ନୂଆଦିଲ୍ଲୀ ୨୫/୦୯ : କଂଗ୍ରେସରେ ଯୋଗଦେବେ ସିପିଆଇ ନେତା କହ୍ନେୟା କୁମାର ! ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାରଙ୍କ ସମେତ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ମଧ୍ୟ କଂଗ୍ରେସରେ ଯୋଗଦେଇପାରନ୍ତି ।

ନ୍ୟୁଜ୍‌ ଏଜେନ୍ସି ANI ପକ୍ଷରୁ ଜାରି ସୂଚନା ଅନୁସାରେ ଏ ନେଇ ଖବର ପ୍ରକାଶ ପାଇଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରୁଥିବା କଂଗ୍ରେସ ଦଳ ଏବେ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଭୋଟ ବ୍ୟାଙ୍କ ବଢେଇବା ଲକ୍ଷ୍ୟରେ ରହିଛି । ଦଳର ନଜର ଆସନ୍ତା ବର୍ଷ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି । ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ​‌େ​‌ଷ୍ଟ୍ରାକ୍‌ ଖେଳିବାକୁ ଯାଉଛି । ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀଙ୍କୁ ଦଳରେ ସାମିଲ କରିବା ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଶୁଭଙ୍କର ହୋଇପାରେ ।

କହ୍ନେୟା କୁମାର : ବିହାରର ବେଗୁସୁରାୟ ହେଉଛି କହ୍ନେୟା କୁମାରଙ୍କ ପୈତୃକ ସ୍ଥାନ । ୨୦୧୯ ଲୋକସଭା ନିର୍ବାଚନରେ ସେ ବେଗୁସୁରାୟରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । କିନ୍ତୁ ବିଜେପିର ଫାୟାରବ୍ରାଣ୍ଡ୍ ଲିଡର୍ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ପରାଜିତ ହୋଇଥିଲେ । ବେଗୁସରାୟରେ ଭୂମିହାର ମତଦାତାଙ୍କ ସଂଖ୍ୟା ଅଧିକ । କହ୍ନେୟା କୁମାର ମଧ୍ୟ ଜଣେ ଭୂମିହାର । ତଥାପି ସେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ । ଏହା ପରେ ମଧ୍ୟ ତାଙ୍କ ଉପରେ ଦଳ ନେତୃତ୍ବ ଭାର ଦେବାକୁ ଚାହୁଁଛି । ବିହାର କଂଗ୍ରେସ ନେତା ଅମରିନ୍ଦର ସିଂହ କହିଛନ୍ତି, କହ୍ନେୟା କୁମାର ଦଳରେ ଯୋଗଦେଲେ କଂଗ୍ରେସ ଆହୁରି ମଜବୁତ ହେବ ।

ଜିଗ୍ନେଶ୍‌ ମେଓ୍ବାନୀ : ୨୦୧୭ ନିର୍ବାଚନରେ ହାର୍ଦ୍ଧିକ ପଟେଲ, ଅଳ୍ପେଶ ଠାକୁରଙ୍କ ସମେତ ଜିଗ୍ନେଶ ମେଓ୍ବାନୀ ଯୋଡୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ହାର୍ଦ୍ଧିକ ପଟେଲ କଂଗ୍ରେସରେ ସାମିଲ ହୋଇସାରିଛନ୍ତି । ଅଳ୍ପେଶ୍‌ ଠାକୁର ବିଜେପିକୁ ଚାଲିଯାଇଛନ୍ତି । କିନ୍ତୁ ଜିଗ୍ନେଶ୍‌ ମେଓ୍ବାନୀ କୌଣସି ଦଳରେ ସାମିଲ ହୋଇନଥିଲେ । ଲଗାତାର ଭାବେ ସେ ବିଜେପିକୁ ଟାର୍ଗେଟ୍‌ କରିଆସିଛନ୍ତି । ଗୁଜୁରାଟରେ ମୋଟ ୭ ପ୍ରତିଶତ ଦଳିତ ଶ୍ରେଣୀର ଏବଂ ସେମାନଙ୍କ ପାଇଁ ୧୩ଟି ସିଟ୍‌ ସଂରକ୍ଷିତ ହୋଇ ରହିଛି । ଗତ ନିର୍ବାଚନରେ ଅଧିକାଂଶ ସିଟ୍‌ରେ ବିଜେପି ପ୍ରାର୍ଥୀଙ୍କର ବିଜୟ ହୋଇଥିଲା । ଜିଗ୍ନେଶ ମେଓ୍ବାନୀ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ବଡଗାମ୍‌ ଆସନରୁ ନିର୍ଦଳୀୟ ପ୍ରାର୍ଥୀ ହୋଇ ଲଢିଥିଲେ ଏବଂ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

   Related Posts