Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କଂଗ୍ରେସରେ ମିଶିବେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ ! ମାସ ଶେଷରେ ଧରିବେ ହାତ

19/09/2021 at 11:51 AM

ନୂଆଦିଲ୍ଲୀ ୧୯।୦୯: କଂଗ୍ରେସରେ ସାମିଲ ହୋଇପାରନ୍ତି କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ । ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଓ ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଓ୍ୱାନୀ କଂଗ୍ରେସରେ ସାମିଲ ହେବାର ସୂଚନା ମିଳିଛି । ଏହି ମାସ ଶେଷ ସୁଦ୍ଧା କଂଗ୍ରେସରେ ସାମିଲ ହୋଇପାରନ୍ତି ଉଭୟେ ।

ଖବର ଅନୁଯାୟୀ, ଯଦି ପଞ୍ଜାବ କଂଗ୍ରେସ ଚାଲୁଥିବା ବିବାଦ ଆଗାମୀ କିଛି ଦିନ ମଧ୍ୟରେ ଥମିଯାଏ, ତେବେ ଆସନ୍ତା ୨୮ ତାରିଖରେ ଶହୀଦ ଭଗତ ସିହଂଙ୍କ ଜୟନ୍ତୀ ଦିନ କହ୍ନେୟା ଓ ଜିଗ୍ନେଶ କଂଗ୍ରେସର ହାତ ଧରିପାରିବେ । ସେହିପରି ଗୁଜୁରାଟ ପ୍ରଦେଶର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଏହି ୨ ନେତାଙ୍କୁ ଦଳରେ ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପାର୍ଟି ଓ ୨ ଯୁବନେତାଙ୍କ ମଧ୍ୟରେ ହାର୍ଦ୍ଦିକ ପଟେଲ ମଧ୍ୟସ୍ଥତା କରୁଛନ୍ତି । କିନ୍ତୁ ଏବେ ସବୁ ଫୋକସ ପଞ୍ଜାବ ରେ ଲାଗି ରହିଥିବା କଂଗ୍ରେସ କନ୍ଦଳ ଉପରେ ରହିଛି । ଯଦି ମାମଲା ଶୀଘ୍ର ସମାଧାନ ହୋଇଯିବ, ତେବେ ଯାଇ ଆସନ୍ତା ୨୮ ତାରିଖ ଦିନ ଏହି ଯୁବନେତା ଦଳ ସାମିଲ ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ, ବିହାରର ବାସିନ୍ଦା କହ୍ନେୟା କୁମାର ଜେନେୟୁରେ କଥିତ ଭାବେ ଦେଶବିରୋଧୀ ନାରାବାଜି ମାମଲାରେ ଗିରଫ ହୋଇଥିଲେ । ଏହାପରେ ସେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ଗତ ଲୋକସଭା ନିର୍ବାଚନରେ ବିହାର ବେଗୁସରାୟ ଲୋକସଭା ଆସନରେ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ଲଢିଥିଲେ । କିନ୍ତୁ କହ୍ନେୟା କୁମାର ହାରିଯାଇଥିଲେ । ଅନ୍ୟପଟେ ଦଳିତ ସମୁଦାୟରୁ ଆସୁଥିବା ଜିଗ୍ନେଶ୍‌ ଗୁଜୁରାଟର ବଡ଼ଗାମ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱାଧୀନ ଭାବେ ସେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

   Related Posts