ଲୋମଶ ଶିଶୁ କାହ୍ନାର ଆଜି ଅପରେସନ

Published By : Prameya-News7 Bureau | July 26, 2018 IST

ଲୋମଶ ଶିଶୁ ଆଜି ହେବ କାହ୍ନାର ଅପରେସନ। ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି କାହ୍ନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗାୟଗଣ୍ଡା ନିକଟ ବାଘୁଆ ସାହିର ରାମଚନ୍ଦ୍ର ନାୟକଙ୍କ ପୁଅ କାହ୍ନାର ଶରୀରରେ ଲୋମ ବଢିବା ସହ ମାଂସ ବଢିବାରେ ଲାଗିଛି। ଜନ୍ମରୁ ଏଭଳି ରୋଗରେ ପୀଡିତ ଥିବା ବେଳେ କ୍ରମଶଃ ଏହା ଦିନକୁ ଦିନ ବୃଦ୍ଧି ହେଉଛି। ଶରୀରର ମୁହଁ, ବେକ ଛାତି, ଗୋଡର କିଛି ଅଂଶରେ ଲୋମ ସହ ବିକୃତ ମାଂସ ପିଣ୍ଡୁଳା ଥିବା ଦେଖାଯାଇଛି। ଜନ୍ମଗତ ରୋଗ ହୋଇଥିବାରୁ ଏହାର ସଂପୂର୍ଣ୍ଣ ନିରାକରଣ ହୋଇପାରିବ ନାହିଁ ବୋଲି କହିଛନ୍ତି ସର୍ଜରୀ ବିଭାଗର ଡାକ୍ତର କହିଛନ୍ତି। ଶରୀରର ଲୋମ ଏବଂ କଳା ବର୍ଣ୍ଣକୁ ସଂପୂର୍ଣ୍ଣ ନିରାକରଣ କରାଯାଇପାରିବ ନାହିଁ। କିନ୍ତୁ କିଛି ମାତ୍ରାରେ ଚିକିତ୍ସା କରାଯାଇ ବିକୃତ ମୁହଁର ଚିକିତ୍ସା କରାଯାଇ ନିରାକରଣ କରାଯିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.