ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କଙ୍ଗନାଙ୍କ ହମଲା ‘ଆଜି ମୋ ଘର ଭାଙ୍ଗିଛି, କାଲି ଉଦ୍ଧବ ଠାକରେର ଗର୍ବ ଭାଙ୍ଗିବ’
9/09/2020 at 4:36 PM

ମୁମ୍ବାଇ ୦୯/୦୯ : ବଲିଉଡ କ୍ୱିନ କଙ୍ଗନା ରଣାବାତ ମୁମ୍ବାଇ ପହଞ୍ଚି ସାରିଛନ୍ତି | ମୁମ୍ବାଇରେ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ନିଜ କ୍ରୋଧ ଜାହିର କରିଛନ୍ତି | କଙ୍ଗନା ନିଜର ଏକ ଭିଡିଓ ସେୟାର କରି କହିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ଉଦ୍ଧବ ଠାକରେ, ତୁ କଣ ଭାବୁଛି ତୁ ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋଠୁ ପ୍ରତିଶୋଧ ନେଇଛୁ | ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ…ଇଏ ସମୟ ଚକ୍ର, ମାନେ ରଖ ସବୁବେଳେ ଏକାଭଳି ରହେନି |”
ମୁମ୍ବାଇ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ହମଲା କରିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ମୋତେ ଲାଗୁଚି ତୁ ଯାହା ବି କଲୁ ମୋ ପାଇଁ ବହୁତ ଭଲ କରିଛୁ | କାରଣ ମୁଁ ଜାଣିଥିଲି କାଶ୍ମିରୀ ପଣ୍ଡିତଙ୍କ ଉପରେ କଣ ବିତିଥିବ, ଆଜି ମୁଁ ଅନୁଭବ କରିପାରୁଛି |
ଆଜି ମୁଁ ପ୍ରତିଶୃତି ଦେଉଛି ଯେବାଲା ଅଯୋଧ୍ୟା ଉପରେ ନୁହେଁ, କାଶ୍ମୀର ଉପରେ ମଧ୍ୟ ଫିଲ୍ମ କରିବି ଓ ଦେଶବାସୀଙ୍କୁ ଜାଗ୍ରତ କରିବି | ମୁଁ ଜାଣିଥିଲି ଏମିତି କିଛି ହେବ, କିନ୍ତୁ ଯେହେତୁ ମୋ ସହିତ ହୋଇଛି ଏହାର କିଛି ଅର୍ଥ ନିଶ୍ଚୟ ଅଛି | ଉଦ୍ଧବ ଠାକରେ, ଏହା କ୍ରୁରତା, ଏହା ଆତଙ୍କ | ଜୟ ହିନ୍ଦ, ଜୟ ମହାରାଷ୍ଟ୍ର |”