ଡ୍ରଗ୍ସ ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା-ବଡ ଘର ପିଲା ପଚାରନ୍ତି, ମାଲ୍ ଅଛି କି ?

Published By : Prameya-News7 Bureau | September 22, 2020 IST

ମୁମ୍ବାଇ ୨୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ମାମଲାର ତଦନ୍ତ କରୁଛି । ଏବେ ସୁଦ୍ଧା ଏହି ମାମଲାରେ ବଲିଉଡର ଅନେକ ଟପ୍ କଳାକାରଙ୍କ ନାଁ ସାମ୍ନାକୁ ଆସିଛି । ବର୍ତ୍ତମାନ ବଲିଉଡର ଆଉ ଜଣେ ଟପ୍ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏନସିବି ସୋମବାର ଦିନ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ପଚରାଉଚୁରା କରିଥିଲା । D ଓ K ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା ଚାଟର ଖୁଲାସା ହୋଇଥିଲା । ଚାଟରେ D, K ଠାରୁ ମାଲ୍ ମାଗିଥିବା ନଜର ଆସିଛି ।

wp:core-embed/twitter {"url":"https://twitter.com/KanganaTeam/status/1308087580978589697","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1308087580978589697
/wp:core-embed/twitter

ଏହି ମାମଲାରେ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, "ମୋ ପରେ ପୁନରାବୃତ୍ତି କର, ଡିପ୍ରେସନ୍ ଡ୍ରଗ୍ସର ଦୁରୁପଯୋଗର ପରିଣାମ । ଯେଉଁ ହାଇ ସୋସାଇଟିରେ ଧନୀ ଘର ପିଲା ଶ୍ରେଷ୍ଠ ବୋଲି ଦାବି କରାଯାଇଛି, ଯେଉଁମାନଙ୍କର ଭଲ ପ୍ରତିପୋଷଣ ହୋଇଥାଏ, ସେମାନେ ନିଜ ମ୍ୟାନେଜରକୁ ପଚାରିଥାନ୍ତି- ମାଲ ଅଛି କି ?" କଙ୍ଗନାଙ୍କ ଏହି ଟ୍ୱିଟ୍ ପରେ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.