ବିଏମ୍‌ସିକୁ କଙ୍ଗନାଙ୍କ ଆକ୍ଷେପ: କହିଲେ ମହାରାଷ୍ଟ୍ର ସରକାରଙ୍କ 'ପାଳିତ'

Published By : Prameya-News7 Bureau | September 20, 2020 IST

ମୁମ୍ବାଇ ୨୦/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମହାରାଷ୍ଟ୍ର ସରକାର ଓ ଵୃହନମୁମ୍ବାଇ ମହାନଗର ପାଳିକା (ବିଏମସି) ନାଁରେ ଏକ ଖାସ ସନ୍ଦେଶ ଲେଖିଛନ୍ତି । ଏହି ନୋଟରେ ସେ ବିଏମସିକୁ ରାଜ୍ୟ ସରକାରଙ୍କ ପାଳିତ ବୋଲି କହିଛନ୍ତି । କଙ୍ଗନା ନିଜ ଇନ୍ସଟାଗ୍ରାମ ଷ୍ଟୋରୀରେ କୋଠା ଭାଙ୍ଗିବାକୁ ନେଇ ମୁମ୍ବାଇ ନଗର ନିୟମ ଅଧିନିୟମ ୧୮୮୮ ଧାରା ୩୫୧ରେ ଉଲ୍ଲେଖ ନିୟମ ସମ୍ପର୍କରେ କହିଛନ୍ତି ।

ଏଥିରେ ଲେଖା ହୋଇଛି, କୋଠାର ସଂରଚନା କ୍ଷତିଗ୍ରସ୍ତ କରିବା ସମ୍ବନ୍ଧରେ ନଗର ନିଗମ ନିୟମ-ବ୍ୟକ୍ତି ବିଶେଷଙ୍କୁ ୧୫ ଦିନ ନୋଟିସ ଦେବାପରେ କୋଠା ଭଙ୍ଗାରୁଜା କରାଯାଇପାରିବ । ସଂରଚନା ଅବୈଧ ହୋଇଥିଲେ ମଧ୍ୟ ଯଦି ନଗର ନିଗମ ନିୟମ ଉଲଂଘନ କରେ ତାହେଲେ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିଥାଏ । ଏହିଭଳି ମାମଲାରେ ଯେଉଁ ଅଧିକାରୀମାନେ ନିୟମ ଉଲଙ୍ଘନ କରିଥାନ୍ତି ତାଙ୍କ ଠାରୁ କ୍ଷତିପୂରଣ ଅସୁଲ କରାଯାଇଥାଏ ।

{"id":332143,"sizeSlug":"large"}

ନିଜ ପୋଷ୍ଟର କ୍ୟାପସନରେ କଙ୍ଗନା ଲେଖିଛନ୍ତି, 'ମହାରାଷ୍ଟ୍ର ସରକାର ଓ ତାଙ୍କ ପାଳିତଙ୍କ ପାଇଁ ଏକ ଖାସ ସନ୍ଦେଶ'

ସୂଚନାଯୋଗ୍ୟ ଯେ, ମୁମ୍ବାଇ ମହାନଗର ପାଳିକା କଙ୍ଗନାଙ୍କ ଆବେଦନ ଉପରେ ଆଫିଡେଭିଟ୍ ଦାଖଲ କରି ୨ କୋଟି କ୍ଷତିପୂରଣକୁ ନିରାଧାରା ଓ ଫର୍ଜୀ କହିଛି । ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ବର୍ତ୍ତମାନ ବିଏମସି ଏହି କ୍ଷତିପୂରଣକୁ ନିରାଧାରା ବୋଲି କହିଛି ।

ଆଫିଡେଭିଟରେ ବିଏମସି କହିଛି, ଅଭିଯୋଗକାରୀ ମିଥ୍ୟା ଉଦ୍ଦେଶ୍ୟରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ସଠିକ ତଥ୍ୟକୁ ଚାପି ଦେଇଛନ୍ତି । ସେ କୌଣସି ରିଲିଫ ପାଇଁ ଉତ୍ତରଦାୟୀ ନୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.