ଉଦ୍ଧବଙ୍କୁ ପୁଣି ଟାର୍ଗେଟ କଲେ କଙ୍ଗନା : ପଚାରିଲେ ବାର୍-ରେଷ୍ଟୁରାଣ୍ଟ ଖୋଲା, କାହିଁକି ଖୋଲୁନି ମନ୍ଦିର ?

Published By : Prameya-News7 Bureau | October 13, 2020 IST

ମୁମ୍ବାଇ, ୧୩ ।୧୦: ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପୁଣିଥରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଲଗାତର ଭାବେ ବଲିଉଡ୍ ଓ ଶିବସେନାକୁ ଟାର୍ଗେଟ୍ କରୁଛନ୍ତି । ମୁମ୍ବାଇରେ ବିଦ୍ୟୁତ ସେବା ବ୍ୟାହତକୁ ନେଇ ସେ ମହାରାଷ୍ଟ୍ର ସରକାରକୁ ସମାଲୋଚନା କରିଥିଲେ । ଏବେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମାଲୋଚନା ପରେ କଙ୍କନା ଉଦ୍ଧବଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ।

କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ର ରାଜ୍ୟପାଳ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ମନ୍ଦିର ଖୋଲିବା ଉପରେ ପ୍ରଶ୍ନ କରିଛନ୍ତି । ଏପରିକି ଜାଣିଶୁଣି ପୂଜାସ୍ଥଳୀକୁ ନଖୋଲିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଆହୁରି ମଧ୍ୟ ରାଜ୍ୟପାଳ ଉଦ୍ଧବଙ୍କୁ ସେକ୍ୟୁଲାର୍ ବୋଲି କହିଛନ୍ତି ।

କଙ୍ଗନା ଆହୁରି କହିଛନ୍ତି ଯେ, ଗୁଣ୍ଡା ସରକାରଙ୍କୁ ରାଜ୍ୟପାଳ ପ୍ରଶ୍ନ କରୁଛନ୍ତି । ଏହା ଜାଣି ଖୁସି ଲାଗୁଛି । ଗୁଣ୍ଡାମାନେ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ରଣନୀତି କରି ମନ୍ଦିର ବନ୍ଦ ରଖିଛନ୍ତି । ସୋନିଆ ସେନା ବାବର ସେନାଠୁ ହୀନ ଆଚରଣ କରୁଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ପୂର୍ବରୁ କଙ୍ଗନା ଓ ଶିବସେନା ମଧ୍ୟରେ ବିବାଦ ରହିଛି । କିଛି ଦିନ ତଳେ ସେ ଅଭିଯୋଗ କରିଥିଲେ ଯେ, ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ କରାଯାଇଥିବା ଅପମାନଜନକ ପୋଷ୍ଟକୁ ଲାଇକ୍ କରୁଛି । ଏହାକୁ ପୋଲିସ ଫେକ୍ କହିଥିଲେ ମଧ୍ୟ କଙ୍ଗନା ସମାଲୋଚନା କରିଥିଲେ ।

ଏହାପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତ କଙ୍ଗନାଙ୍କୁ ଯଦି ଏତେ ଅସୁବିଧା ହେଉଛି ତେବେ ମୁମ୍ବାଇ ନ ଆସିବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.