କଙ୍ଗନାଙ୍କ ଓପନ ଚାଲେଞ୍ଜ: 'ସେପ୍ଟେମ୍ବର ୯ରେ ମୁମ୍ବାଇ ଯିବି, ଦମ୍ ଅଛି ତ ଅଟକାଇ ଦେଖାଅ'

Published By : Prameya-News7 Bureau | September 04, 2020 IST

ମୁମ୍ବାଇ ୦୪/୦୯: ସବୁବେଳେ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ଏବେ ତାଙ୍କର ପୁଣି ଏକ ବୟାନ ଚର୍ଚାର ପ୍ରସଙ୍ଗ ହୋଇଛି। ଶିବସେନା ସାଂସଦ ସଂଜୟ ରାଓ୍ବତଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା ପରେ ତାଙ୍କୁ ଅନେକ ସେଲିବ୍ରିଟି ସମାଲୋଚନା କରିଥିଲେ। ଯାହା ପରେ କଙ୍ଗନା ରଣାଓ୍ବତ ସେମାନଙ୍କୁ ଓପନ ଚାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ସେପ୍ଟମ୍ବର ୯ରେ ମୁମ୍ବାଇ ଯିବି। ଯଦି ହିମ୍ମତ ଅଛି ରୋକିକି ଦେଖାଅ। ଶିବସେନା ନେତା ସଞ୍ଜୟ ରାଓ୍ବତ ଏବଂ ମୁମ୍ବାଇର ଅନେକ ଲୋକ ମୁମ୍ବାଇ ନ ଆସିବା ପାଇଁ ତାଙ୍କୁ ପୂର୍ବରୁ ପରାମର୍ଶ ଦେଉଥିଲେ।

ବିଜେପି ନେତା ପରବେଶ ସିଂହ ସାହିବଙ୍କ ଟ୍ବିଟ୍ରେ ପ୍ରତିକ୍ରିୟା ଦେଇ କଙ୍ଗନା ଏବେ କହିଛନ୍ତି- ‘ମୁଁ ଦେଖୁଛି ଲୋକମାନେ ମୁମ୍ବାଇ ନ ଆସିବାକୁ ଲୋକମାନେ ମୋତେ ଧମକ ଦେଉଛନ୍ତି। ଏଣୁ ଏବେ ମୁଁ ନିଷ୍ପତି ନେଇଛି ମୁମ୍ବାଇ ଯିବି। ସେପ୍ଟେମ୍ବର ୯ରେ ମୁମ୍ବାଇ ଯିବି। ଯେଉଁ ସମୟରେ ମୁମ୍ବାଇ ପହଞ୍ଚିବି ସେହି ସମୟ ମୁଁ ସମସ୍ତଙ୍କ ସହ ନିଶ୍ଚିତ ସେୟାର କରିବି। ଯଦି ଦମ୍ ଅଛି ଅଟାକାଇ ଦେଖାଅ।’

ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା ପରେ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ନେତା କଙ୍ଗନାଙ୍କୁ ନିନ୍ଦା କରିଛନ୍ତି। ଏପରିକି କଙ୍ଗନା କ୍ଷମା ମାଗନ୍ତୁ ବୋଲି କଂଗ୍ରେସ କହିଛି। ଏହା ପୂର୍ବରୁ ବଲିଉଡରେ ଡ୍ରଗ୍ ଲିଙ୍କ୍ ବାବଦରେ କିଛି ଜାଣିଥିବା କହିଥିଲେ କଙ୍ଗନା। ସେ ନାରକୋଟିକ୍ସ ବ୍ୟୁରୋକୁ ସାହାଯ୍ୟ କରିବାକୁ ଚାହାନ୍ତି, ତାଙ୍କୁ ସୁରକ୍ଷା ଦେବା ଦରକାର ବୋଲି ସେ କହିଛନ୍ତି। ଏହା ଉପରେ ମଧ୍ୟ ବିଜେପି ନେତା ରାମ କଦମ ମହାରାଷ୍ଟ୍ର ସରକାରଙ୍କୁ ଟ୍ବିଟ୍ କରି ପ୍ରଶ୍ନ ଉଠାଇଥିଲେ। ଏକଥାର ବି ଜବାବ ଦେଇଥିଲେ କଙ୍ଗନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.