କଙ୍ଗନାଙ୍କ ଟାର୍ଗେଟରେ ଏବେ ମହାତ୍ମା ଗାନ୍ଧୀ, ଭଲ ପିତା ଏବଂ ପତି ହେବା ଉପରେ ଉଠାଇଲେ ପ୍ରଶ୍ନ !

Published By : Prameya-News7 Bureau | March 12, 2021 IST

ମୁମ୍ବାଇ ୧୨/୦୩: ବିବାଦୀୟ ବଲିଉଡ ଅଭିନେତ୍ରୀ କ୍ବିନ୍‌ କଙ୍ଗନା ପୁଣି ଚର୍ଚ୍ଚାରେ। ଏଥର କିନ୍ତୁ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ବ୍ରିଟିଶ‌ ପ୍ରିନ୍ସ ହ୍ୟାରୀ ଏବଂ ପତ୍ନୀ ମେଗାନ ମର୍କେଲ ରବିବାର ଏକ ଟିଭି ସାକ୍ଷାତକାରରେ ବଡ଼ ଖୁଲାସା କରିଥିଲେ। ଏବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ରାଜ ପରିବାର ବିବାଦକୁ ନେଇ ଟ୍ବିଟ୍‌ କରିବା ସହ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି। ଏହି ସମୟରେ ମହାତ୍ମା ଗାନ୍ଧୀ ଜଣେ ପିତା ଏବଂ ପତି ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଙ୍ଗନା।

wp:embed {"url":"https://twitter.com/KanganaTeam/status/1370281310514675715","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1370281310514675715
/wp:embed

କଙ୍ଗନା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗଟ କରି ଲେଖିଛନ୍ତି, ‘ ନିଜ ପିଲାମାନଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ଉପରେ ଜଣେ ଖରାପ ପିତା ବୋଲି ଅଭିଯୋଗ ଲଗାଯାଇଥିଲା। ନିଜ ପତ୍ନୀ ଶୌଚାଳୟ ସଫା କରିବାକୁ ମନା କରିବାରୁ ସେ ତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ ଅଛି। ସେ ଜଣେ ମହାନ ନେତା ଥିଲେ କିନ୍ତୁ ଜଣେ ମହାନ ପତି ହୋଇପାରିଲେ ନାହିଁ। ଜଣେ ବ୍ୟକ୍ତିଙ୍କ କଥା ଆସିଲେ ଦୁନିଆ ତାଙ୍କୁ କ୍ଷମା କରିଦିଏ।’

wp:embed {"url":"https://twitter.com/KanganaTeam/status/1370295023867023362","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1370295023867023362
/wp:embed

କଙ୍ଗନା ପ୍ରଥମେ ଟ୍ବିଟ୍‌ କରି ଲେଖିଥିଲେ, କିଛି ଦିନ ​‌ହେବ ଲୋକେ ଗୋଟିଏ ପରିବାରକୁ ନେଇ ଏକତରଫା ଗସିପ୍‌ କରୁଛନ୍ତି, ଜଜ୍‌ କରୁଛନ୍ତି, ଅନଲାଇନ୍‌ ଲିଞ୍ଚିଂ କରୁଛନ୍ତି। ମୁଁ କେବେ ଶାଶୁ, ବୋହୂ ଏବଂ ଚକ୍ରାନ୍ତ ସାକ୍ଷାତକାର ଦେଖେନି। କାରଣ ଏହା ମୋତେ ଅନୁପ୍ରାଣିତ କରିପାରେ ନାହିଁ।  ମୁଁ କେବଳ ଏହା କହିବାକୁ ଚାହୁଁଛି ପୂରା ବିଶ୍ବରେ ସେ ଜଣେ ଶାସିକା ହିଁ ଜୀବିତ ଅଛନ୍ତି।

ଏହା ସହ ସେ ଆହୁରି ଲେଖିଛନ୍ତି, ‘ସମ୍ଭବତଃ ସେ ଜଣେ ଆଦର୍ଶ ପତ୍ନୀ କିମ୍ବା ଭଉଣୀ ହୋଇପାରିଲେ ନାହିଁ କିନ୍ତୁ ସେ ଜଣେ ମହାନ ରାଣୀ।  ସେ ନିଜ ବାପାଙ୍କ ସ୍ବପ୍ନକୁ ପୂରା କରିଛନ୍ତି। ସେ କ୍ରାଉନ୍‌ ରକ୍ଷା କଲେ। ଜୀବନରେ ଆମେ କୌଣସି ଜିନିଷକୁ ହୁଏତ ପର୍ଫେକ୍ସନ ସହକାରେ କରିପାରିବା ନାହିଁ, ବୋଧହୁଏ ଆମେ ସେଥିପାଇଁ ସକ୍ଷମ। ତାଙ୍କୁ ରାଣୀ ରୂପରେ ହିଁ ରିଟାୟର ହେବାକୁ ଦିଅନ୍ତୁ।’ ତେବେ ଏହି ଦୁଇଟି ଟ୍ବିଟ୍‌ ପରେ କଙ୍ଗନା ମହାତ୍ମା ଗାନ୍ଧୀଙ୍କୁ ନେଇ ଟ୍ବିଟ୍‌ କରିଛନ୍ତି।

wp:embed {"url":"https://twitter.com/KanganaTeam/status/1370283424292868103","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1370283424292868103
/wp:embed

ସୂଚନାଯୋଗ୍ୟ, ଟିଭି ସାକ୍ଷାତକାରରେ ମେଗାନ କହିଥିଲେ, ରାଜ ପରିବାର ସହ ସମୟ ଅତିବାହିତ କରୁଥିବା ବେଳେ ତାଙ୍କୁ ଆତ୍ମହତ୍ୟା କରିବାକୁ ଚିନ୍ତା ଆସିଥିଲା। ସେ ବିଲକୁଲ ବଞ୍ଚିବାକୁ ଚାହୁଁନଥିଲେ। ରାଜ ପରିବାର ଉପରେ ବିଶ୍ବାସ କରି ସେ ବଡ଼ ଭୁଲ କରିଥିଲେ। ରାଜ ପରିବାର କଥା ଦେଇଥିଲେ ତାଙ୍କୁ ସୁରକ୍ଷିତ ରଖିବେ। କିନ୍ତୁ ଏହା କେବେ ହୋଇପାରିଲା ନାହିଁ। ହ୍ୟାରୀ କହିଥିଲେ ଯଦି ରାଜକୁମାରୀ ଡାଏନା ବଞ୍ଚିଥାନ୍ତେ ତେବେ ରାଜ ପରିବାରରେ ଯାହା ହେଲା ତାହାକୁ ନେଇ ସେ ବିରକ୍ତ ହୋଇଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.