ମଣିକର୍ଣ୍ଣିକାରେ କଙ୍ଗନା କଲେ ଜବରଦସ୍ତ ଆକ୍ସନ୍ : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 19, 2018 IST

ମୁମ୍ବାଇ ୧୯/୧୨: କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ ହୋଇସାରିଲାଣି। ଏହି ଟ୍ରେଲରର ସବୁଠୁ ଖାସ୍ କଥା ହେଲା କଙ୍ଗନାଙ୍କ ଲୁକ୍ ଏବଂ ଆକ୍ସନ୍। ଯଦି ବହିରେ ପଢ଼ି ଆପଣ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଛବି ନିଜ ମନରେ ଆଙ୍କିଛନ୍ତି ତେବେ ଟ୍ରେଲରଟି ପୂରା ସେହିଭଳି। ୩ମିନିଟ ୧୯ସେକେଣ୍ଡର ଟ୍ରେଲରରେ କଙ୍ଗନାଙ୍କ ନିରୀହ ମନୁ ଏବଂ ସାହସୀ ରାଣୀ ଲକ୍ଷ୍ମୀବାଇ ଲୁକ୍ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି। ଏହି ଫିଲ୍ମର ଆକ୍ସନ୍ ସିନ୍ ହଲିଉଡର ଆକ୍ସନ୍ କୋରିଓଗ୍ରାଫର ନିକ୍  ପାଓ୍ବଲ୍ ନିର୍ଦ୍ଦେଶନା ଦେଇଛନ୍ତି। ବିବାଦ ଚାଲିଥିବା ସମୟରେ ସୋନୁ ସୁଦ ଅଧାରୁ  ଫିଲ୍ମ ଛାଡ଼ିଦେଇଥିଲେ । ଏବଂ ନିର୍ଦ୍ଦେଶକ ରାଧାକୃଷ୍ଣ ଜଗରଲାମୁଡ଼ି ମଧ୍ୟ ଫିଲ୍ମରୁ ବାହାରିଯାଇଥିଲେ। ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ଦେଇଛନ୍ତି। କମଲ୍ ଜୈନ ଏହି ଫିଲ୍ମର ପ୍ରଡ୍ୟୁସର। ଏହି ଫିଲ୍ମରେ କଙ୍ଗନାଙ୍କ ସହ ଅଙ୍କିତା ଲୋଖଣ୍ଡେ,ଡ୍ୟାନି ଡେଙ୍ଗଜାପା,ଯିଶୁ ସେନଗୁପ୍ତା,ଅତୁଲ କୁଲକର୍ଣ୍ଣୀ,କୁଲଭୂଷଣ ଖରବନ୍ଦା ଆଦି ନଜର ଆସିବେ।

wp:core-embed/youtube {"url":"https://www.youtube.com/watch?v=tKmkMVaNu9g","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=tKmkMVaNu9g
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.