ବାଲା ସାହେବଙ୍କ ଭିଡିଓ ସେୟାର କରି ସୋନିଆଙ୍କୁ ପ୍ରଶ୍ନ କଲେ କଙ୍ଗନା, 'ମୋ ସହିତ ଯାହା ହେଲା ଆପଣ ଦୁଃଖିତ ନୁହନ୍ତି କି ?'

Published By : Prameya-News7 Bureau | September 11, 2020 IST

ମୁମ୍ବାଇ ୧୧/୦୯ : କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନାହିଁ | ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ କଙ୍ଗନା ଲଗାତାର ମହାରାଷ୍ଟ୍ର ସରକାରଙ୍କୁ ଆକ୍ଷେପ କରି ସୋସିଆଲ ମିଡ଼ିଆରେ ବୟାନ ଦେଉଛନ୍ତି | କଙ୍ଗନା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି | ଏହାସହ ସେ ବାଲା ସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ସେୟାର କରିଛନ୍ତି |

wp:core-embed/twitter {"url":"https://twitter.com/KanganaTeam/status/1304269911674556420","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1304269911674556420
/wp:core-embed/twitter

କଙ୍ଗନା ଟ୍ୱିଟ୍ କରି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି | ଶିବସେନା ସହ ବିବାଦକୁ ନେଇ ସୋନିଆଙ୍କ ନୀରବତାକୁ ନେଇ କଙ୍ଗନା ପ୍ରଶ୍ନ କରିଛନ୍ତି | ସେ ପ୍ରଶ୍ନ କରିଛନ୍ତି, 'ଜଣେ ମହିଳା ହେବା ସତ୍ତ୍ୱେ ଆପଣଙ୍କ ମହାରାଷ୍ଟ୍ର ସରକାର ମୋ ସହିତ ଯେଉଁଭଳି ବ୍ୟବହାର କରିଛି ସେଥିପାଇଁ ଆପଣ ଦୁଃଖିତ ନୁହନ୍ତି ? ଡ.ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ସିଦ୍ଧାନ୍ତକୁ ବଜାୟ ରଖିବାକୁ ନିଜ ସରକାରକୁ ଅନୁରୋଧ କରି ପାରିବେନି ?'

{"id":328009,"sizeSlug":"large"}

ବାଲା ସାହେବ ଠାକରେଙ୍କ ଭିଡିଓ ସେୟାର କରି କଙ୍ଗନା ଲେଖିଛନ୍ତି, ଗ୍ରେଟ ବାଲା ସାହେବ ଠାକରେ, ମୋ ପ୍ରିୟ ଆଦର୍ଶ ମଧ୍ୟରୁ ଜଣେ | ତାଙ୍କର ସବୁଠାରୁ ବଡ ଭୟ ଥିଲା ଶିବସେନା କେବେ ଭବିଷ୍ୟତରେ ମେଣ୍ଟ ଗଢିବ ଓ କଂଗ୍ରେସ ହୋଇଯିବ | ମୁଁ ଜାଣିବାକୁ ଚାହୁଁଚି ନିଜ ଦଳର ଏହିଭଳି ଦଶା ଦେଖି ଆଜି ତାଙ୍କୁ କିଭଳି ଅନୁଭବ ହେଉଥିବ ?' ଏହି ଭିଡିଓ ଆଗରୁ ମଧ୍ୟ ବହୁତ ଭାଇରଏଲ ହୋଇଥିଲା, ଯେତେବେଳେ ମହାରାଷ୍ଟ୍ରରେ ବିଜେପି ହାତ ଛାଡି ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.